ନୂଆଦିଲ୍ଲୀ: ଦେଶର ତୈଳ ମାର୍କେଟିଂ କମ୍ପାନୀ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଛି। ଯାହର ସିଧା ପ୍ରଭାବ ଘରୋଇ ବଜାରରେ ଦେଖାଦିଏ। ଏହାର ପ୍ରଭାବରେ ତେଲ ଦର ଏବେ ଅପରିବର୍ତ୍ତିତ ରହିଥିବା କୁହଯାଉଛି।
ମଙ୍ଗଳବାର ଦିନ ପେଟ୍ରୋଲ ମୂଲ୍ୟ ୭ ରୁ ୮ ପଇସା ଏବଂ ଡିଜେଲ ମୂଲ୍ୟ ୧୩ ରୁ ୧୫ ପଇସା କମିଥିଲା। ଅଗଷ୍ଟରେ ପେଟ୍ରୋଲ ମୂଲ୍ୟରେ କ୍ରମାଗତ ବୃଦ୍ଧି ପାଇଥିଲା। ଜୁଲାଇରେ ଡିଜେଲ ମୂଲ୍ୟ ଆକଳନଠୁ ଅଧିକ ବୃଦ୍ଧି ପାଇଥିଲା।
ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ ଆଜି (ଶୁକ୍ରବାର) ଦେଶର ରାଜଧାନୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୧.୦୬ ଟଙ୍କା ରହିଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୭.୭୪ ଟଙ୍କା ପାଇଛି। କୋଲକାତାରେ ୮୨.୫୯ ଟଙ୍କା, ଚେନ୍ନାଇରେ ୮୪.୧୪ ଟଙ୍କା ପେଟ୍ରୋଲ ରହିଛି।
ସେହିପରି ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୧.୨୮ ଟଙ୍କା, ମୁମ୍ବାଇରେ ଲିଟର ପିଛା ୭୭.୭୩ ଟଙ୍କା, କୋଲକାତାରେ୭୪.୮୦ ଟଙ୍କା ଓ ଚେନ୍ନାଇରେ ୭୬.୭୨ ଟଙ୍କା ରହିଛି।
The post ଲଗାତର ତୃତୀୟ ଦିନ ପାଇଁ ତେଲ ଦର ଅପରିବର୍ତ୍ତିତ appeared first on Odisha Reporter.
from Odisha Reporter https://ift.tt/2FXcp6U
No comments:
Post a Comment