ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ କରୋନା ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ବି ସ୍ଥିତି ଅସମ୍ଭାଳ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ ଆଜିଠାରୁ ଆରମ୍ଭ ହେଉଛି ସମ୍ପର୍କ ବୈଠକ ।
ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି କରୋନା ନିୟନ୍ତ୍ରଣ ଏବଂ ମୁକାବିଲା ନେଇ ଜନତାଙ୍କ କଣ ଦାୟିତ୍ୱ ରହିଛି ଏ ନେଇ ସୂଚନା ଦିଆଯିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି ।
ଏଥିଲାଗି ସହରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର ଏଭଳି ୩ଟି ଜୋନ କରାଯାଇ ବୈଠକ କରାଯିବ । ଏହି ବୈଠକରେ ସରକାରଙ୍କ ବରିଷ୍ଠ ଅଧିକାରୀ ଯୋଗ ଦେଇ ସାଧାରଣ ଜନତାଙ୍କ ସହ ଆଲୋଚନା କରିବେ।
The post କରୋନା ସଂକ୍ରମଣ ଉପରେ ବ୍ରେକ ଲଗାଇବ ‘ସମ୍ପର୍କ ବୈଠକ’ appeared first on Odisha Reporter.
from Odisha Reporter https://ift.tt/2F85BCV
No comments:
Post a Comment