ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିର ସ୍ଵାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା । ହାନ୍ତାଳଗୁଡ଼ା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡ଼ାରେ ମୋବାଇଲ ସେବା ଯୋଗାଇଛି ଘରୋଇ କମ୍ପାନୀ ଏୟାରଟେଲ। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ।
ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଆସିବାକୁ ପଡ଼ୁଥିଲା। ନକ୍ସଲଙ୍କ ନାଲି ଆଖି ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା। ପ୍ରଶାସନ ଓ ପୁଲିସର ସୁରକ୍ଷା ଯୋଗୁ ଆଜି ସ୍ଵାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରିଛି। ପୂର୍ବରୁ ଗୁରୁପ୍ରିୟା ସେତୁ ଯୋଗୁ ଯୋଗାଯୋଗ ସମ୍ଭବ ହୋଇଥିବା ବେଳେ ଏବେ ମୋବାଇଲ ସୁବିଧା ସ୍ଵାଭିମାନ ଅଞ୍ଚଳବାସୀଙ୍କୁ ବିକାଶ ସହ ଯୋଡ଼ିଛି।
The post ମାଲକାନଗିରିରେ ମୋବାଇଲ ସେବା ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/2Zbw75c
No comments:
Post a Comment