ଦାଉଦ୍ ଗ୍ୟାଙ୍ଗରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଫୋନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

ଦାଉଦ୍ ଗ୍ୟାଙ୍ଗରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଫୋନ୍‌!

ମୁମ୍ବାଇ: ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ’ମାତୋଶ୍ରୀ’କୁ ଏକ ଫୋନ୍ କଲ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ ଗ୍ୟାଙ୍ଗର ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବାକୁ କହିଥିଲା। ସେ ଦୁବାଇରୁ ଫୋନ୍ କରିଥିବା ମଧ୍ୟ କହିଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଶିବସେନା ନେତା ଅନୀଲ ପରବ କହିଛନ୍ତି ଯେ ଏହା ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ନଥିଲା। ତେବେ ଏହି କଲ୍ ନେଇ ପୁଲିସ୍ ତଦନ୍ତ କରିବ।

ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଜଣେ କର୍ମଚାରୀ କହିଛନ୍ତି ଯେ ଦାଉଦ୍ ଇବ୍ରାହିମ୍ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁଥିବା କଲ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ। ତେବେ ଟେଲିଫୋନ୍ ଅପରେଟର୍ କଲ୍‌ଟିକୁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରାନ୍ସଫର କରି ନଥିଲେ। କଲ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜ ପରିଚୟ ଦେଇ ନଥିଲେ। ତେବେ ଦାଉଦ୍ ଇବ୍ରାହିମ୍‌ ତରଫରୁ ସେ ଦୁବାଇରୁ ଫୋନ୍ କରିଥିବା କହିଥିଲେ।

ଘଟଣାସଂପର୍କରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ଘର ବାହାରେ ଅତିରିକ୍ତ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ପୁଲିସ୍ ଘଟଣାର ତଦନ୍ତ କରୁଛି। ସତରେ କେହି ଦୁବାଇରୁ ଫୋନ୍ କରିଥିଲା ନା କେହି ମିଛରେ ଏହି ଫୋନ୍ କରିଥିଲା, ପୁଲିସ୍ ତା’ର ତଦନ୍ତ କରୁଛି।

The post ଦାଉଦ୍ ଗ୍ୟାଙ୍ଗରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଫୋନ୍‌! appeared first on Odisha Reporter.



from Odisha Reporter https://ift.tt/2ZdGEgt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages