ଘରୁ ଟେକି ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଛାଡ଼ି ପଳେଇଲେ ୩ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ଘରୁ ଟେକି ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଛାଡ଼ି ପଳେଇଲେ ୩ ଯୁବକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିଳମ୍ବିତ ରାତିରେ ବାହାରକୁ ଉଠିଥିବା ଯୁବତୀ ଗଣଦୁଷ୍କର୍ମର ଶିକାର ହେଲେ । ଯୁବତୀଜଣକ ଉଦ୍ଧାର ହେବା ପରେ ଏପରି ଅମାନବୀୟ ଘଟଣା ପଦାକୁ ଆସିଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ମଙ୍କି କ୍ୟାପ୍‌ ପିନ୍ଧିଥିବାରୁ ତଦନ୍ତରେ ବାଧା ଉପୁଜୁଥିବା ଜଣାଯାଇଛି।  ଏପରି ଲଜ୍ଜାଜନକ ଘଟଣା ଗତକାଲି ବିଳମ୍ବିତ ରାତିରେ ରାଉରକେଲାରେ ଘଟିଯାଇଛି।

ଗୁରୁଣ୍ଡିଆ ଅଞ୍ଚଳର ଯୁବତୀଜଣକ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଶୌଚ ପାଇଁ ସେ ବାହାରକୁ ଉଠିଥିଲେ । ଏହି ସମୟରେ ଦୁଇଟି ବୋଲେରୋରେ ଆସିଥିବା ୩ ଯୁବକ ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିଲେ। ସେମାନେ ତାଙ୍କୁ ରାଉରକେଲା ଏରୋଡ୍ରମ ପଡିଆ ପଛପଟେ ଥିବା ଓମଫେଡ ଫାକ୍ଟ୍ରି ନିକଟକୁ ନେଇଯାଇ ଗଣଦୁଷ୍କର୍ମ କରିଥିଲେ। ରାତିସାରା ବାରମ୍ବାର ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ସେଠାରେ ଅଭିଯୁକ୍ତମାନେ ଛାଡି ଦେଇ ପଳାଇଥିଲେ । କିଛି ଲୋକ ପ୍ରାତଃ ଭ୍ରମଣରେ ଯିବା ସମୟରେ ଯୁବତୀଙ୍କୁ ଦେଖିଥିଲେ ଏବଂ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ ।

ଛେଣ୍ଡ ଥାନା ପୁଲିସ୍‌କୁ ଖବର ଦେବା ପରେ ପୋଲିସ ଗତକାଲି ସକାଳେ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଏହାପରେ ଆଜି ପୀଡ଼ିତାଙ୍କ ଡାକ୍ତରୀମାଇନା ଚାଲିଥିବା ବେଳେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି ।

ଅଭିଯୁକ୍ତମାନେ ମଙ୍କି କ୍ୟାପ୍‌ ପିନ୍ଧିଥିବାରୁ ଯୁବତୀ କାହାରିକୁ ଚିହ୍ନି ପାରି ନ ଥିବା କହିଛନ୍ତି। ତେଣୁ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିପାରି ନାହିଁ।

The post ଘରୁ ଟେକି ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଛାଡ଼ି ପଳେଇଲେ ୩ ଯୁବକ appeared first on Odisha Reporter.



from Odisha Reporter https://ift.tt/3c8KOLI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages