- ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରକୁଲପ୍ରୀତ ସିଂହ
- ମିଡିଆରେ ଖବର ପ୍ରସାରଣକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହେଲେ ରକୁଲ ପ୍ରୀତ
- କେନ୍ଦ୍ର ସରକାର ରଖିଲେ ପକ୍ଷ
- ମିଡିଆକୁ ଦାୟିତ୍ୱବାନ ହେବାକୁ କହିଲେ ହାଇକୋର୍ଟ
ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ନାମ ସାମ୍ନାକୁ ଆସିଛି। ଏହାପରେ ମିଡିଆରେ ରକୁଲପ୍ରୀତ ସିଂହଙ୍କୁ ନେଇ ବିଭିନ୍ନ ଖବର ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ‘ଦେ ଦେ ପ୍ୟାର ଦେ’ର ହିରୋଇନ୍ ରକୁଲ ପ୍ରୀତ ସିଂହ।
ରକୁଲପ୍ରୀତଙ୍କ ବିରୋଧରେ କୌଣସି ମିଡିଆ ଖବର ପ୍ରକାଶ ନକରିବା ଦରକାର ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ କୋର୍ଟ ନିର୍ଦ୍ଦେଶ ଦେବା ଦରକାର। ରକୁଲ ପ୍ରୀତ ତାଙ୍କ ଓକିଲ ଜରିଆରେ ହାଇକୋର୍ଟଙ୍କ ନିକଟରେ ଏଭଳି ଆବେଦନ କରିଥିଲେ।
ରାକୁଲପ୍ରୀତ ଆବେଦନରେ କହିଛନ୍ତି ଯେ ସୁଟିଂ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଏନସିବିର ତଦନ୍ତରେ ରିୟା ତାଙ୍କ ନାମ ଏବଂ ସାରା ଅଲ୍ଲୀ ଖାନଙ୍କ ନାମ ନେଇଛନ୍ତି ଏବଂ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ଏଭଳି ହେବା ଦ୍ୱାରା ସେ ଅସୁବିଧାରେ ପଡୁଛନ୍ତି ବୋଲି କହିଛନ୍ତି।
ତେବେ ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଆମେ ଆଶା କରୁଛୁ ଟିଭି ଚ୍ୟାନେଲ ଏବଂ ମିଡିଆ ସଂସ୍ଥାଗୁଡ଼ିକ ରକୁଲପ୍ରୀତଙ୍କ ବିଷୟରେ ରିପୋର୍ଟ କରିବାବେଳେ ସତର୍କ ରହିବେ ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବେ ନାହିଁ।
କୋର୍ଟରେ କେନ୍ଦ୍ର ସରକାର ପକ୍ଷ ରଖି କହିଛନ୍ତି ଯେ କେବୁଲ ଟିଭି ଅଧିନିୟମ ଅନୁଯାୟୀ ରାକୁଲପ୍ରୀତଙ୍କ ଦ୍ୱାରା କୌଣସି ଅଭିଯୋଗ ଗ୍ରହଣ କରାଯାଇ ନାହିଁ। ତେଣୁ ଏହି ମାମଲାରେ ସେନ୍ସର ବୋର୍ଡକୁ କୌଣସି ଆଦେଶ ପାସ କରାଯିବା ଠିକ୍ ହେବନି।
ଏହା ପରେ ହାଇକୋର୍ଟ, କେନ୍ଦ୍ର ସରକାର, ପ୍ରସାର ଭାରତୀ, ଏନବିଏକୁ ରକୁଲପ୍ରୀତଙ୍କ ଆବେଦନ ଉପରେ ବିଚାର କରିବାକୁ ଏବଂ ଶୀଘ୍ର ନିଷ୍ପତ୍ତି ନେବାକୁ କହିଛନ୍ତି।
ଡ୍ରଗ୍ସ ଲିଙ୍କର ଜେରା ବେଳେ ରିଆ ଚକ୍ରବର୍ତ୍ତୀ ତିନି ବଲିଉଡ ତାରକାଙ୍କ ନାମ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଗରେ କହିଛନ୍ତି। ଆଜି ଏହା ସ୍ପଷ୍ଟ କରିଛି ଏନସିବି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ତାଙ୍କର ତିନି ସହଯୋଗୀଙ୍କ ନାମ କହିଛନ୍ତି। ଏହି ତିନି ତାରାକା ହେଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (୨୫), ରକୁଲ ପ୍ରୀତ ସିଂହ (୨୯)। ଅନ୍ୟ ଜଣେ ଫେସନ ଡିଜାଇନର ସିମୋନ୍ ଖୋମ୍ୱାଟା (୨୯)।
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହାପରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାର ତଦନ୍ତ କରୁଛି। ରିଆ ଡ୍ରଗ୍ସ ବ୍ୟବସାୟ କରୁଥିବାର ପ୍ରମାଣ ପାଇଛି ଏନସିବି।
The post ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ: ମିଡିଆ ଟ୍ରାଏଲ ନେଇ ହାଇକୋର୍ଟ ଗଲେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/32B6DQR
No comments:
Post a Comment