ଘରୋଇ ମାଟିରେ ବିଶ୍ୱ ଚାମ୍ପିଅନ୍ ଧରାଶାୟୀ, ସିରିଜ୍ ଜିତିଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ଘରୋଇ ମାଟିରେ ବିଶ୍ୱ ଚାମ୍ପିଅନ୍ ଧରାଶାୟୀ, ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଗର୍ଜିଲା ମ୍ୟାକ୍ସଓ୍ୱେଲଙ୍କ ବ୍ୟାଟ୍। ଓ୍ୱିକେଟ୍ କିପର୍ ବ୍ୟାଟସମ୍ୟାନ୍ ଆଲେକ୍ସ କ୍ୟାରୀଙ୍କୁ ସାଥି କରି ପ୍ରଥମେ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କଲେ ଏବଂ ପରେ ବିସ୍ଫୋରକ ପାଳିରେ 302 ରନର ବିଜୟ ଲକ୍ଷ୍ୟକୁ ସହଜ କଲେ। ଷଷ୍ଠ ୱିକେଟ୍ ଯୋଡ଼ିରେ ଗ୍ଲେନ୍ ମ୍ୟାକ୍ସଓ୍ୱେଲ ଓ କ୍ୟାରିଙ୍କ ଦ୍ୱିଶତକୀୟ ଭାଗୀଦାରୀକୁ ପୁଂଜି କରି ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡକୁ ତା ନିଜ ମାଟିରେ ସିରିଜ୍ ପରାଜୟର ସ୍ୱାଦ ଚଖାଇଛି। ତୃତୀୟ ମ୍ୟାଚକୁ 3 ୱିକେଟ୍ ରେ ଜିତି ଟିମ୍ କଙ୍ଗାରୁ 3ଟିକିଆ ସିରିଜ୍ କୁ 2-1ରେ କବଜା କରିଛି। ଅନ୍ତିମ ମ୍ୟାଚରେ ଚିତ୍ତାକର୍ଷକ ଇନିଂସ ସହ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଲରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସଓ୍ୱେଲ୍ ଉଭୟ ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ସିରିଜ୍ ବିବେଚିତ ହୋଇଛନ୍ତି।

ଓଲଡ୍ ଟ୍ରାଫର୍ଡରେ ଖେଳା ଯାଇଥିବା ସିରିଜର ଶେଷ ମ୍ୟାଚରେ ଟସ୍ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ କଙ୍ଗାରୁ ଫାଷ୍ଟ ବୋଲର୍ ମିଚେଲ୍ ଷ୍ଟାର୍କ ମ୍ୟାଚର ପ୍ରଥମ ଓଭରର ପ୍ରଥମ ଦୁଇଟି ବଲରେ ଜ୍ୟାସନ ରୟ ଓ ଜୋ ରୁଟଙ୍କୁ ପ୍ୟାଭିଲିଅନ୍ ଫେରାଇ ଇଂଲିଶ୍ ଶିବିରରେ ହଇଚଇ କରି ଦେଇଥିଲେ। ଅଧିନାୟକ ଇଅନ ମୋର୍ଗାନ୍ ଷ୍ଟାର୍କଙ୍କ ହ୍ୟାଟ୍ରିକ୍ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ସ୍ଥିତିକୁ କିଛିଟା ସମ୍ଭାଳି ନେଇଥିଲେ। ଅନ୍ୟପଟେ ଓପନର୍ ଜନି ବେୟାରଷ୍ଟୋ ହାତଖୋଲା ସଟ୍ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଉଥିବାବେଳେ ମୋର୍ଗାନ (23)ଙ୍କ ୱିକେଟ୍ ନେଇ ଆଡାମ୍ ଜାମ୍ପା ପୁଣି ଘରୋଇ ଦଳକୁ ଝଟକା ଦେଇଥିଲେ। ପରେ କ୍ରିଜକୁ ଆସିଥିବା ଜୋସ୍ ବଟଲର୍ ତାଙ୍କ ଚିରାଚରିତ ଆକ୍ରମଣ ଶୈଳୀ ଛାଡ଼ି କ୍ରିଜରେ ରହିବାକୁ ସଂଘର୍ଷ କରୁଥିବାବେଳେ ଜାମ୍ପା 19 ତମ ଓଭରରେ ବଟଲରଙ୍କୁ ପ୍ୟାଭିଲିଅନ ପଠାଇ ଦେଇଥିଲେ। ତେବେ ବେୟରଷ୍ଟୋଙ୍କ ଶତକ ( 112) ସହ ସାମ୍ ବିଲିଙ୍ଗସ୍ (57) ଏବଂ ପରେ କ୍ରିସ୍ ଓକ୍ସ ( 53)ଙ୍କ ଅପରାଜିତ ଇନିଂସ ବଳରେ ଇଲିଶ ଦଳ 302 ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ ଜାମ୍ପା ଉଭୟେ ତିନିଟି ଲେଖାଏ ଏବଂ କମିନ୍ସ ଗୋଟିଏ ଓ୍ୱିକେଟ୍ ନେଇଥିଲେ।

ଜବାବରେ ଭ୍ରମଣକାରୀ ଦଳ ମଧ୍ୟ ପ୍ରଥମ 17 ଓଭର ସୁଦ୍ଧା ପାଞ୍ଚ ଓ୍ୱିକେଟ୍ ହରାଇ ବିପର୍ଯ୍ୟର ଶିକାର ହୋଇଥିଲା। ଇଂଲିଶ ଫାଷ୍ଟ ବୋଲର କ୍ରମାଗତ ଓଭରରେ ଅଧିନାୟକ ଆରୋନ୍ ଫି଼ଞ୍ଚ୍ ( 12) ଓ ମାର୍କସ୍ ଷ୍ଟୋଇନିସ୍ ( 4)ଙ୍କ ଓ୍ୱିକେଟ୍ ନେଇ ଭ୍ରମଣକାରୀ ଦଳକୁ ବ୍ୟାକଫୁଟରେ ରଖିଥିଲେ। ପରେ ଓ୍ୱାର୍ଣ୍ଣର୍ ( 24). ମିଚେଲ୍ ମାର୍ଶ(2) ଏବଂ ମାର୍କସ୍ ଲାବୁସାନେ ( 20) ପ୍ୟାଭିଲଅନ୍ ଫେରିଯିବାରୁ 5 ଓ୍ୱିକେଟ୍ ହରାଇ 73 ରନରେ ଦଳ ସଂଘର୍ଷ କରୁଥିବାବେଳେ ଆରମ୍ଭ ହୋଇଥିଲା ଦିନିକିଆ କ୍ରିକେଟର ଆଉ ଏକ ସ୍ମରଣୀୟ ତଥା ରେକର୍ଡ ବ୍ରେକିଂ ଭାଗୀଦାରୀ। ଷଷ୍ଠ ୱିକେଟ୍ ଯୋଡ଼ିରେ ଆଲେକ୍ସ କ୍ୟାରୀ(106) ଓ ଗ୍ଲେନ୍ ମ୍ୟାକ୍ସେଓ୍ୱେଲ୍( 108) 212 ରନ୍ ସଂଗ୍ରହ କରି ଦଳର ବିଜୟ ପଥକୁ ସହଜ କରିଥିଲେ। 111 ଦିନିକିଆ ଖେଳିଥିବା ମ୍ୟାକ୍ସଓ୍ୱେଲଙ୍କର ଏହା ଥିଲା କ୍ୟାରିଅର ଦ୍ୱିତୀୟ ଶତକ ଏବଂ କ୍ୟାରୀଙ୍କ ପ୍ରଥମ। ଉଭୟଙ୍କ ସଫଳ, ବିଶେଷ କରି ମ୍ୟାକ୍ସଓ୍ୱେଲଙ୍କ 90 ବଲର ଦର୍ଶନୀୟ ଇନିଂସ, ଦୀର୍ଘଦିନ ଧରି ମଧ୍ୟକ୍ରମରେ ସଂଘର୍ଷ କରୁଥିବା କଙ୍ଗାରୁ ଟିମ୍ ପାଇଁ ଆଶ୍ୱସ୍ତିକର ଥି୍ଲା। ଏହା ସହ କ୍ୟାରୀ ମଧ୍ୟ ଦଳରେ ତାଙ୍କୁ ମିଳିଥିବା ଲଗାତର ସୁଯୋଗର ପ୍ରମାଣ ଦେଲେ। ଶେଷ ଓଭରରେ ବିଜୟ ପାଇଁ 10 ରନ ଆବଶ୍ୟକ ହେଉଥିବାବେଳେ ମିଚେଲ ଷ୍ଟାର୍କ ଇଂଲିଶ ସ୍ପିନର୍ ଆଡିଲ୍ ରସିଦଙ୍କୁ ପ୍ରଥମ ବଲରେ ଛକା ମାରି ଏହି ନାଟକୀୟ ବିଜୟକୁ ସହଜ କରିବା ସହ ପରେ ଚୌକା ମାରି ମୁଣ୍ଡି ମାରିଥିଲେ।

The post ଘରୋଇ ମାଟିରେ ବିଶ୍ୱ ଚାମ୍ପିଅନ୍ ଧରାଶାୟୀ, ସିରିଜ୍ ଜିତିଲା ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/3mxvrRA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages