ଅଭିନେତ୍ରୀ ହିମାନୀ ଶିବପୁରୀ ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଅଭିନେତ୍ରୀ ହିମାନୀ ଶିବପୁରୀ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଅଭିନେତ୍ରୀ ହିମାନୀ ଶିବପୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ହିମାନୀ ଶିବପୁରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରବିବାର ଜଣାପଡ଼ିଥିଲା। ସେ ସୋଶାଲ୍ ମିଡିଆ ଯୋଗେ ଏହି ସୂଚନା ଦେଇଥିଲେ। ତା’ସହିତ ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ୍ କରାଇ ନେବା ପାଇଁ ସେ ଅନୁରୋଧ କରିଛନ୍ତି।

ଏକ ନ୍ୟୁଜ୍ ଏଜେନ୍ସୀକୁ ସୂଚନା ଦେଇ ହିମାନୀ କହିଛନ୍ତି ଯେ ତାଙ୍କୁ ୬୦ ବର୍ଷ ହୋ‌ଇଗଲାଣି। ତା’ସହିତ ତାଙ୍କର ଡାଇବେଟିସ୍ ଅଛି। ତେଣୁ ଡାକ୍ତରଖାନାରେ ଭର୍ତ୍ତି ହୋଇଯିବାକୁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ।

ହିମାନୀ ଉଭୟ ଛୋଟ ଓ ବଡ଼ ପରଦାରେ ଏବେବି ସକ୍ରିୟ ରହିଛନ୍ତି। ସେ ଅନେକ ହିଟ୍ ଫିଲ୍ମରେ କାମ କରିଥିବା ବେଳେ ଅନେକ ଟେଲିଭିଜନ ସିରିଏଲ୍‌ରେ ବି କାମ କରିଛନ୍ତି।

The post ଅଭିନେତ୍ରୀ ହିମାନୀ ଶିବପୁରୀ ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3ilC6Mp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages