ସହିଦ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୁହରେ ଭିଜିଲା ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 11, 2020

ସହିଦ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୁହରେ ଭିଜିଲା ଗାଁ

ଅନୁଗୋଳ(ବିରଜା ପ୍ରସାଦ ଦାସ): କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୋଲିସ୍ ମାଓବାଦୀଙ୍କ ଗୁଳି ବିନିମୟରେ ସହିଦ ହୋଇଥିବା ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀଙ୍କ ଶେଷକୃତ ଆଜି ସମ୍ପନ୍ନ ହୋଇଛି। ଦେବାଶିଷଙ୍କ  ସାହସିକତାକୁ ଗ୍ରାମବାସୀ ଝୁରୁଥିବାବେଳେ ସହୀଦ୍ ପୁଅ ପାଇଁ ଲୁହ ଗଡ଼ାଉଛନ୍ତି । ଦେବାଶିଷ ସହିଦ ହେବା ଖବର ଜଣା ପଡ଼ିବା ପରେ ତାଙ୍କ ନିଜ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଥିଲା।

ଗତକାଲି ରାତି ପ୍ରାୟ ସାଢ଼େ ୮ଟାବେଳେ ସହୀଦ ଦେବାଶିଷଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ଶହଶହ ଲୋକ ଲୁହଭରା ଆଖିରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ମରଶରୀର ପହଞ୍ଚିବା ପରେ ଜ୍ଞାତିକୁଟୁମ୍ବ ତଥା ସାଥୀ ସହୋଦରଙ୍କ କାନ୍ଦ ବୋବାଳିରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

‘ଦେବାଶିଷ ଅମର ରହେ ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶତସଲାମ ଆଦି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା । ଆଜି ସକାଳେ ଦେବାଶିଷଙ୍କ  ଶେଷକୃତ୍ୟ ନିଜ ଜନ୍ମମାଟିରେ ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଥିବାବେଳେ ଜନପ୍ରତିନିଧିଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଥିଲେ ।

ସୂଚନାଯୋଗ୍ୟ,  କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୋଲିସ୍ ମାଓବାଦୀଙ୍କ ଗୁଳି ବିନିମୟରେ ୫ ଜଣ  ନକ୍ସଲ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହୀଦ୍ ହୋଇଥିଲେ। ୨ ସହିଦଙ୍କ ମଧ୍ୟରେ ଜଣେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀ   ଥିଲେ।

 

The post ସହିଦ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୁହରେ ଭିଜିଲା ଗାଁ appeared first on Odisha Reporter.



from Odisha Reporter https://ift.tt/33jsL1b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages