କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଟାଙ୍ଗରବାହାଳି ଗ୍ରାମ ନିକଟ ଜଙ୍ଗଲରୁ ଏକ ହାତୀ ଶାବକର ମୃତଦେହ ଠାବ କରାଯାଇଛି। ତେବେ ହାତୀ ଶାବକର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ହାତୀ ଶାବକର ବୟସ ୨ ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ସଦର ରେଞ୍ଜରେ ମଇଦାନକେଲ ବିଟ କେରି ଗ୍ରାମରେ ଏକ ହାତୀ ଶାବକ ଜନ୍ମ ଦେବା ପରେ ଜଙ୍ଗଲକୁ ପଳାଇଯାଇଛି। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
The post ହାତୀ ଶାବକର ମୃତଦେହ ଠାବ appeared first on Odisha Reporter.
from Odisha Reporter https://ift.tt/2RhJcFH
No comments:
Post a Comment