ମାମୁ ଘର ବାଡିପଟୁ ମିଳିଲା ଭଣଜାର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ମାମୁ ଘର ବାଡିପଟୁ ମିଳିଲା ଭଣଜାର ମୃତଦେହ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ମାମୁ ଘର ବାଡିପଟୁ ଉଦ୍ଧାର ହେଲା ଭଣଜାର ଝୁଲନ୍ତା ମୃତଦେହ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଟାଉନଥାନା ଅର୍ନ୍ତଗତ ଚଟିଆପାଲି ଗାଁରେ । ମୃତକ ହେଲେ ୨୨ ବର୍ଷୀୟ ନାରାୟଣ ମଲ୍ଲିକ।

କୁସମେଲ ଗାଁର ନାରାୟଣ  ଦୁଇମାସ ହେବ ଚଟିଆପାଲିସ୍ଥିତ ନିଜ ମାମୁଁ ଅଫୁଆଙ୍କ ଘରେ ରହୁଥିଲେ । ଆଜି ସକାଳୁ ମାମୁଁ  ଘର ବାଡିପଟେ ଥିବା ଏକ ଗଛରେ ନାରାୟଣଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଲେ ମାମୁ ଘର ଲୋକେ ।  ଏ ନେଇ ଖବର  ପାଇ ଟାଉନ ପୁଲିସ୍‌ ପହଞ୍ଚି  ଶବକୁ ଉଦ୍ଧାର କରିବା ସହିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ନାରାୟଣ ଆତ୍ମହତ୍ୟା କରିଥିବା ପରିବାର ଏବଂ ସଂର୍ପକୀୟ କହୁଛନ୍ତି । କିନ୍ତୁ ମାମୁଁ ଘରେ କାହିଁକି ଭଣଜା ଆତ୍ମହତ୍ୟା କଲେ ତାହା ଜଣା ପଡିନାହିଁ ।

ନାରାୟଣ  ଜଣେ ଦିନଜୁରିଆ ହୋଇଥିବା  ବେଳେ ସେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ ପୁଲିସ୍‌ ତନାଘନା  ଜାରୀ ରଖିଛି ।

The post ମାମୁ ଘର ବାଡିପଟୁ ମିଳିଲା ଭଣଜାର ମୃତଦେହ appeared first on Odisha Reporter.



from Odisha Reporter https://ift.tt/33fCdUx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages