ଟ୍ରାକ୍ଟର ପୋଡ଼ି ମାମଲାରେ ଆଉ ଚାରି ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ଟ୍ରାକ୍ଟର ପୋଡ଼ି ମାମଲାରେ ଆଉ ଚାରି ଗିରଫ୍

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ପୋଡ଼ି ମାମଲାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ। ଏବେ ଆଉ ୪ ଜଣ ଗିରଫ ହୋଇଛନ୍ତି। ଏହି ଚାରି ହେଲେ ପଞ୍ଜାବ ଯୁବ କଂଗ୍ରେସର ସଭାପତି ବ୍ରିନ୍ଦର ସିଂ ଧିଲନ, ଅଲ ଇଣ୍ଡିଆ ଯୁବ କଂଗ୍ରେସର ଜାତୀୟ ସାଧାରଣ ସଚିବ ହରିଶ ପାନୱାର ଏବଂ ଆବ୍ରହାମ ରୟ ମଣି ଏବଂ ଅଲ ଇଣ୍ଡିଆ ଯୁବ କଂଗ୍ରେସର ସଚିବ ବଣ୍ଟି (ରୁଶିକେଶ) ଶେଲକେ।

ସର୍ବସାଧାରଣ ସମ୍ପତ୍ତି ଅଧିନିୟମ କ୍ଷତି କରିଥିବା ମାମଲାରେ ଦିଲ୍ଲୀ ପୁଲିସ ଏମାନଙ୍କୁ ଗିରଫ କରିଛି। ଏଥସହ ଜାମିନ ବିହୀନ ଦଫା ଲଗାଇଛି ବୋଲି ପୁଲିସ ସୂଚନା ଦେଇଛି। ତିଲକ ମାର୍ଗ ପୁଲିସ ଷ୍ଟେସନରେ ଏ ନେଇ ମାମଲା ଦାୟର ହୋଇଛି।

ଗିରଫ ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ଏପିଡେମିକ୍ ଆକ୍ଟ ଏବଂ ଅନ୍ୟାନ୍ୟ ଦଫା ଲଗାଇ ମାମଲା ରୁଜୁ କରିଛି ପୁଲିସ।

ସୂଚନା ଅନୁଯାୟୀ ପଞ୍ଜାବ କଂଗ୍ରେସର କିଛି ନେତା ଦିଲ୍ଲୀ ଆସିଥିଲେ। ଏହି ସମୟରେ କୃଷି ବିଲକୁ ବିରୋଧ କରିବାକୁ ଯାଇ ଇଣ୍ଡିଆ ଗେଟ୍ ସାମ୍ନାକୁ ଏକ ଟ୍ରାକ୍ଟରକୁ ଟ୍ରକରେ ଆଣିଥିଲେ। ଏହାପରେ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ।

The post ଟ୍ରାକ୍ଟର ପୋଡ଼ି ମାମଲାରେ ଆଉ ଚାରି ଗିରଫ୍ appeared first on Odisha Reporter.



from Odisha Reporter https://ift.tt/2SbNhvS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages