‘ଠାକରେ ଏବଂ ପାଓ୍ୱାର ବ୍ରାଣ୍ଡକୁ ଖରାପ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

‘ଠାକରେ ଏବଂ ପାଓ୍ୱାର ବ୍ରାଣ୍ଡକୁ ଖରାପ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି’

ନୂଆଦିଲ୍ଲୀ: ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ଦଳର ମୁଖପାତ୍ର ସାମ୍ନା ଖବରକାଗଜରେ ତାଙ୍କର ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ମୁମ୍ବାଇକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି।

‘ମରାଠୀ ଗର୍ବ’ ଆହ୍ୱାନ ଦେଇ ରାଉତ ବଲିଉଡର ସୁପରଷ୍ଟାର କଙ୍ଗନା ରଣାଓ୍ୱତଙ୍କୁ ବିଜେପି ସମର୍ଥନ କରୁଥିବାରୁ ସେ ନିନ୍ଦା କରିଛନ୍ତି। ଯିଏକି ମୁମ୍ବାଇକୁ ‘ପିଓକେ’, ତାଲିବାନ ଏବଂ ପରେ ବାବର ବୋଲି କହିଥିଲେ। ବିଜେପି ଏଭଳି କରି ରାଜନୀତି କରୁଛି ବୋଲି ସେ ଲେଖିଛନ୍ତି। ମୁମ୍ବାଇ ବିରୋଧରେ ଏକ ଅଜ୍ଞାତ ଶକ୍ତି ଷଡଯନ୍ତ୍ର କରୁଛି। ମରାଠୀ ବ୍ୟକ୍ତି ଏହାକୁ ବ୍ୟବସ୍ଥିତ ଭାବରେ ତୁଲାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେ ଲେଖିଛନ୍ତି।

“ସୁଶାନ୍ତ ସିଂ ରାଜପୁତ ଏବଂ କଙ୍ଗନାଙ୍କୁ ସମର୍ଥନ କରି ସେମାନେ ବିହାର ନିର୍ବାଚନରେ ​​ଜିତିବାକୁ ଚାହୁଁଛନ୍ତି। ବିହାରର ରାଜପୁତଙ୍କ ଭୋଟ୍ ହାତେଇବା ପାଇଁ ବିଜେପି ଏଭଳି ସଂଘର୍ଷ କରୁଛି ବୋଲି ଶିବସେନା ସାଂସଦ କହିଛନ୍ତି।

ମହାରାଷ୍ଟ୍ରର ଆତ୍ମ ସମ୍ମାନ ହେଉଠି ‘ଠାକରେ’ ବ୍ରାଣ୍ଡ। ପାଓ୍ୱାର ମଧ୍ୟ ଅନ୍ୟତମ ବ୍ରାଣ୍ଡ। ମୁମ୍ବାଇରୁ ଏହି ବ୍ରାଣ୍ଡକୁ ଧ୍ୱଂସ କରି ନିଜ ନିୟନ୍ତ୍ରଣକୁ ନେବା ପାଇଁ ଷଡଯନ୍ତ୍ର ହୋଇଛି ବୋଲି ସେ କହିଛନ୍ତି।

The post ‘ଠାକରେ ଏବଂ ପାଓ୍ୱାର ବ୍ରାଣ୍ଡକୁ ଖରାପ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି’ appeared first on Odisha Reporter.



from Odisha Reporter https://ift.tt/32qvVkx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages