ରିଆଙ୍କ ଭାଇକୁ ନେଇଗଲା ଏନ୍‌ସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ରିଆଙ୍କ ଭାଇକୁ ନେଇଗଲା ଏନ୍‌ସିବି

ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ଏନ୍‌ସିବି(ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ହେପାଜତକୁ ନେଇଛି। ରିଆଙ୍କ ଘରେ ୩ ଘଣ୍ଟାରୁ ଅଧିକ ସମୟ ରେଡ୍‌ କରିବା ପରେ ଏନସିବି ତାଙ୍କ ମୋବାଇଲ୍‌, ଲାପଟପ୍‌, ଡାଏରୀ, ହାର୍ଡ ଡିକ୍ସ ସହିତ ରିଆ ଓ ସୌଭିକଙ୍କ କାର୍‌କୁ ମଧ୍ୟ ଯାଞ୍ଚ କରିଛି। ଏନ୍‌ସିବି ରିଆଙ୍କ ଘରୁ ଫୋନ୍‌ ଓ ଅନ୍ୟସବୁ ଇଲୋକ୍ଟ୍ରୋନିକ ଉପକରଣକୁ ଜବତ କରିଛି। ଯେଉଁଥିରେ ରିଆଙ୍କର ପୁରୁଣା ମୋବାଇଲ, ସୌଭିକଙ୍କ ଲାପଟପ୍‌ ଓ କିଛି ଡକ୍ୟୁମେଣ୍ଟସ୍‌ ରହିଛି।

ତେବେ ରେଡ୍‌ ପରେ ସୌଭିକ ଏନସିବି ସହିତ ଯିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ସେପ୍ଟେମ୍ୱର ୯ ତାରିଖ ପର୍ଯ୍ୟନ୍ତ ସେ ଏନସିବିର ରିମାଣ୍ଡରେ ଅଛନ୍ତି।

ସେହିପରି ସୁଶାନ୍ତଙ୍କ ସହଯୋଗୀ ସାମୁଏଲ ମିରାଣ୍ଡାଙ୍କ ଘରେ ଦୁଇ ଘଣ୍ଟା ରେଡ୍‌ କରିବା ପରେ ଏନ୍‌ସିବି ତାଙ୍କୁ ପଚରାଉଚରା ପାଇଁ ନେଇଛି। ସୌଭିକ ଓ ସାମୁଏଲଙ୍କୁ ଏନସିବି ଅଧିକାରୀ ମୁହାଁମୁହିଁ ଭାବରେ ଜେରା କରିପାରନ୍ତି ବୋଲି ଶୁଣାଯାଉଛି। ଦୁହିଁଙ୍କ ଉପରେ ଡ୍ରଗ୍ସ ନେବା ଏବଂ ଏହାକୁ କିଣି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର ଅଭିଯୋଗ ଦାୟର ହୋଇଛି।

ଏହି ହାଇପ୍ରୋଫାଇଲ କେସ୍‌ରେ ସାମୁଏଲ ଓ ସୌଭିକ କେବଳ ଡ୍ରଗ୍ସ କିଣୁଥିଲେ ନା ଏହାକୁ କିଣି ଅନ୍ୟ କାହାକୁ ବିକ୍ରି କରୁଥିଲେ, ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ।

The post ରିଆଙ୍କ ଭାଇକୁ ନେଇଗଲା ଏନ୍‌ସିବି appeared first on Odisha Reporter.



from Odisha Reporter https://ift.tt/3lObfe6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages