ଆଜିଠୁ ଆଇପିଏଲ୍‌; କରୋନା ଯୋଗୁଁ ଖେଳାଳିଙ୍କ ପାଇଁ ଜାରି ହୋଇଛି କଡ଼ା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ଆଜିଠୁ ଆଇପିଏଲ୍‌; କରୋନା ଯୋଗୁଁ ଖେଳାଳିଙ୍କ ପାଇଁ ଜାରି ହୋଇଛି କଡ଼ା କଟକଣା

ନୂଆଦିଲ୍ଲୀ: ଆଜିଠୁ ଘରେ ବସି ଫଟାଫଟ୍ କ୍ରିକେଟ୍‌ର ମଜା ନେବେ କ୍ରୀଡ଼ାପ୍ରେମୀ। କାରଣ ଆଜି ବାଜିବ ଆଇପିଏଲ୍ ସିଜିନ୍-୧୩ର ବିଗୁଲ୍। ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍। ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍। ଏଥିରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ।

କରୋନା ମହାମାରୀ ଯୋଗୁଁ ଏଥର ଆଇପିଏଲ୍ ବିଦେଶ ମାଟିରେ ଖେଳା ଯାଉଛି। ବିନା ଦର୍ଶକ, ବିନା ଚିୟର୍ ଲିଡରରେ ଏହା ଅନୁଷ୍ଠିତ ହେବ। କ୍ରିକେଟ୍ ପ୍ରେମୀ ଟିଭି କିମ୍ବା ମୋବାଇଲ୍‌ରେ ଏହାର ସିଧା ପ୍ରସାରଣ ଦେଖିପାରିବେ।

ଚଳିତ ସିଜିନ୍‌ରେ ମୋଟ ୫୬ଟି ମ୍ୟାଚ୍ ଖେଳାଯିବ। ସେଥିରୁ ଦୁବାଇରେ ୨୪ଟି, ଆବୁଧାବିରେ ୨୦ ଓ ସାରଜାରେ ୧୨ଟି ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୦ରେ ହେବେ ଗ୍ରାଣ୍ଡ୍ ଫିନାଲେ ଟକ୍କର।

ଅନ୍ୟପକ୍ଷରେ ଏଥରର ଆଇପିଏଲ୍‌ରେ ଖେଳାଳିମାନେ ସଂପୂର୍ଣ୍ଣ ଭିନ୍ନ ଅନୁଭୂତି ପାଇବେ। କାରଣ କରୋନା ଯୋଗୁ ସେମାନଙ୍କୁ ଅନେକ କଡ଼ା କଟକଣା ମଧ୍ୟରେ ରହିବାକୁ ପଡ଼ିବ। ଉଭୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ କଡ଼ା ଏସ୍ଓପି ଜାରି କରାଯାଇଛି। ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ୟୁଏଇ ଯାତ୍ରା ପୂର୍ବରୁ ୨ ଥର ଏବଂ ସେଠାରେ ପହଞ୍ଚିବା ପରେ ୩ ଥର RT-PCR ଟେଷ୍ଟ୍ କରାଯାଇଥିବା ବେଳେ, ନଜର ପକାନ୍ତୁ ଆଉ କିଛି ଏସ୍ଓପି ଉପରେ।

  • ଆଇପିଏଲ୍‌ରେ ଭାଗ ନେଇଥିବା ଥିବା ଟିମ୍ ମାନେ ଅଲଗା ଅଲଗା ରହିବେ।
  • ସମସ୍ତଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ।
  • ଖେଳାଳିମାନେ ଏକାଠି ବସି ଖାଇପାରିବେ ନାହିଁ।
  • ଖେଳାଳିମାନେ ନିଜ ରୁମ୍‌କୁ ଖାଦ୍ୟ ମଗାଇ ଖାଇବେ।
  • କୌଣସି ଖେଳାଳି ହୋଟେଲ ଡାଇନିଂରେ ଖାଇପାରିବେ ନାହିଁ।
  • ଖେଳାଳିମାନଙ୍କ ପରିବାର ଲୋକଙ୍କୁ ଟିମ୍‌ ବସ୍‌ରେ ଯିବାକୁ ଅନୁମତି ମିଳିବ ନାହିଁ।
  • ହୋଟେଲ, ଟ୍ରେନିଂ ଗ୍ରାଉଣ୍ଡ୍ ଓ ଷ୍ଟାଡିୟମ ବ୍ୟତୀତ ଖେଳାଳିମାନେ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବେ ନାହିଁ।
  • ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ପ୍ରତି ୫ ଦିନରେ ଥରେ କରୋନା ଟେଷ୍ଟ ହେବ।
  • ଷ୍ଟାଡିୟମର ଗ୍ୟାଲେରୀ ଖାଲି ରହୁଥିବାରୁ, ଟିମ୍‌ମାନେ ସେଗୁଡିକୁ ଡ୍ରେସିଂ ରୁମ୍ ଭାବେ ବ୍ୟବହାର କରିବେ।
  • କୌଣସି ଖେଳାଳି ଆହତ ହେଲେ ମେଡିକାଲ ଟିମ୍ ପିପିଇ କିଟ୍ ପିନ୍ଧି ସେମାନଙ୍କର ଚିକିତ୍ସା କରିବେ।
  • ଖେଳାଳି ଓ ସପୋର୍ଟ ଷ୍ଟାଫ୍ ରହୁଥିବା ହୋଟେଲକୁ ନିୟମିତ ସାନିଟାଇଜ କରାଯିବ।
  • ଆଇସିସି ଗାଇଡ୍‌ଲାଇନ୍‌ ଅନୁସାରେ, ବଲ୍‌ରେ ଲାଳ ବ୍ୟବହାର ଉପରେ କଟକଣା ଜାରି ହୋଇଛି।

The post ଆଜିଠୁ ଆଇପିଏଲ୍‌; କରୋନା ଯୋଗୁଁ ଖେଳାଳିଙ୍କ ପାଇଁ ଜାରି ହୋଇଛି କଡ଼ା କଟକଣା appeared first on Odisha Reporter.



from Odisha Reporter https://ift.tt/32KDK4O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages