କଟକ(ଓଡ଼ିଶା ରିପୋର୍ଟର) କଟକ ଏସ୍ସିବି ଆଇସୋଲେସନ ୱାର୍ଡରେ ଶବ, ରୋଗୀ ଏକାକାର ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ । ଘଟଣାର ତଦନ୍ତ ପାଇଁ ଗଠିତ ୩ ଜଣିଆ କମିଟିରେ ଅତିରିକ୍ତ ଅଧୀକ୍ଷକ, ମ୍ୟାନେଜର ଓ ଜରୁରୀକାଳୀନ ଅଧିକାରୀ ରହିଛନ୍ତି । ଏହି କମିଟି ଘଟଣାର ଅନୁଧ୍ୟାନ କରି ଆଜି ରିପୋର୍ଟ ଦାଖଲ କରିବ।
ଆଇସୋଲେସନ ୱାର୍ଡରେ ଲୋଡ୍ ବଢ଼ିଥିବାରୁ ଏପରି ହୋଇଥିବା କହିଛନ୍ତି ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବାନାନନ୍ଦ ମହାରଣା । ରୋଗୀ ସଂଖ୍ୟା ଅତ୍ୟଧିକ ବଢ଼ିଥିବାରୁ ଚାପ ପଡୁଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ମହାମାରୀ କରୋନା କାଳରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି କଟକର ଏସ୍ସିବି ମେଡିକାଲ କଲେଜରେ। ଅଭିଯୋଗ ହେଉଛି- ଯେଉଁଠି ରୋଗୀ ରହୁଛନ୍ତି, ସେଇ ପାଖରେ ଚଟାଣରେ ଷ୍ଟ୍ରେଚରରେ ଲୋଟୁଛି ମୃତଦେହ। ଖାଲି ଏତିକି ନୁହେଁ, ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଛି ବ୍ୟବହୃତ ହୋଇ ସାରିଥିବା ମାସ୍କ, ପିପିଇ କିଟ୍ ଓ କୁଢ଼ କଢ଼ ଆବର୍ଜନା। ଆଉ ହାତ ଧୁଆ ବେସିନ କଥା ନକହିବା ଭଲ। ପାନ ଛେପରେ ଭର୍ତ୍ତି ହେଉଛି ବେସିନ୍। ଏ ଚିତ୍ର ଅନ୍ୟ କେଉଁ ସ୍ଥାନର ନୁହେଁ, ଖୋଦ୍ କଟକ ବଡ଼ ମେଡିକାଲ୍ କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡର ବୋଲି ସୋଶାଲ୍ ମିଡିଆରେ ଦର୍ଶାଯାଇଛି।
କଟକ ମେଡିକାଲରେ ଅବ୍ୟବସ୍ଥାର କାହାଣୀକୁ ସାମ୍ନାକୁ ଆଣୁଥିବା ଏହି ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ସହ ସାଂଘାତିକ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ମାନସ ଚୌଧୁରୀ। ସରକାର ଏଠି କରୋନା ମୁକାବିଲା ନେଇ ବୃଥା ଆସ୍ଫାଳନ କରୁଛନ୍ତି। ସତ ଘଟଣା ପଦାକୁ ଆସିଲେ ଅପପ୍ରଚାର କହି ଆଇନର ଛାଟ ଦେଖାଉଛନ୍ତି ବୋଲି ଟ୍ୱିଟ ମଧ୍ୟ କରିଥିଲେ।
ଏନେଇ ଚାରିଆଡେ ଚର୍ଚ୍ଚା ହେବା ପରେ ତତ୍ପରତା ପ୍ରକାଶ କରି ମେଡିକାଲ୍ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି।
The post SCBରେ ଶବ, ରୋଗୀ ଏକାକାର ଘଟଣା; ଆଜି ରିପୋର୍ଟ ଦାଖଲ କରିବ କମିଟି appeared first on Odisha Reporter.
from Odisha Reporter https://ift.tt/3iFvgl3
No comments:
Post a Comment