ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ସ୍ୱାମୀ ସାମ୍ ଅହମଦ ବମ୍ବେଙ୍କୁ ଗୋଆ ପୁଲିସ୍ ଗିରଫ କରିଛି। ପୁନମଙ୍କ ଅଭିଯୋଗ କ୍ରମେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଛି।

ଗତକାଲି ପୁନମ ତାଙ୍କ ସ୍ୱାମୀ ଓ ଶାଶୂ-ଶ୍ୱଶୁରଙ୍କ ନାଁରେ ଗୋଆର କାନାକୋନା ଥାନାରେ ଏଫ୍‌ଆଇଆର୍ ଦେଇଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାର୍‌ପିଟ୍ କରିଥିବା ତଥା ମାରି ଦେବାକୁ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି ତାଙ୍କ ସ୍ୱାମୀ ସାମ୍ ଅହମଦ ବମ୍ବେଙ୍କୁ ଗିରଫ କରିଛି।

ଏହି ଘଟଣା ସାଉଥ୍ ଗୋଆର କାନାକୋନା ଗାଁରେ ଘଟିଥିଲା, ଯେଉଁଠି ସେ ଏକ ଫିଲ୍ମ ପାଇଁ ଶୁଟିଂ କରୁଥିଲେ।

ପୁନମ ଓ ସାମ୍ ଚଳିତ ମାସ ବାହା ହୋଇଥିଲେ ଓ ଗୋଆକୁ ହନିମୁନ୍ ପାଇଁ ଯାଇଥିଲେ। ପୂର୍ବରୁ ପୁନମ୍ ସ୍ୱାମୀଙ୍କ ସହିତ ତାଙ୍କର କିଛି ଫଟୋ ଶେଆର କରି ଏ ସଂପର୍କରେ ସୂଚନା ଦେଇଥିଲେ। ଜୁଲାଇ ମାସରେ ନିର୍ବାନ୍ଧ ହେବା ପରେ ଏଇ ମାସରେ ସେମାନେ ବାହା ହୋଇଥିଲେ।

The post ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/3cmB0Oe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages