ବିଜେଡି ଛାଡ଼ିବାର ନାହିଁ- ରବୀନ୍ଦ୍ର ଜେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

ବିଜେଡି ଛାଡ଼ିବାର ନାହିଁ- ରବୀନ୍ଦ୍ର ଜେନା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ଉପନିର୍ବାଚନ ଯେତିକି ପାଖଉଛି, ଦଳ ଭିତରେ କନ୍ଦଳ ସେତିକି ବଢ଼ିବାରେ ଲାଗିଛି । ଜିଲ୍ଲା ସଭାପତି  ଥିବା ସତ୍ତ୍ୱେ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନ ଥିବାରୁ ଖପ୍ପା ହୋଇଥିବା ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଦଳ ଛାଡ଼ିବା ନେଇ ଆଲୋଚନା ଜୋର ଧରିଛି। ଅପରପକ୍ଷେ ଏହାକୁ ଅସ୍ୱୀକାର କରି ବିଜେଡି ଛାଡ଼ିବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରବୀନ୍ଦ୍ର ଜେନା।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ଲାଗି ବିଜେଡିର ପ୍ରାର୍ଥ ଚୟନ ହୋଇ ନ ଥିବା ବେଳେ ଏହାକୁ ନେଇ ଦଳୀୟ ରାଜନୀତି ଉଠୁଛି ପଡ଼ୁଛି। ଉପନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କୁ ନିର୍ବାଚନ ତଦାରଖ ଦାୟିତ୍ୱ ଓ ଜୀବନ ପ୍ରଦୀପ ଦାସଙ୍କୁ ଉପନିର୍ବାଚନ ନେତା ଭାବେ ଦାୟିତ୍ୱ ମିଳିଛି। ହେଲେ  ଜିଲ୍ଲା ସଭାପତି ହୋଇଥିବା ସତ୍ତ୍ୱେ  କୌଣସି ଦାୟିତ୍ୱ ମିଳି ନ ଥିବାରୁ ରବୀନ୍ଦ୍ର ଜେନା ଖପ୍ପା ହୋଇଥିବା କୁହାଯାଉଛି । ଏନେଇ ଅସନ୍ତୋଷ ଝାଡ଼ିଛନ୍ତି ଜିଲ୍ଲା ସଭାପତିଙ୍କ ସମର୍ଥକ ।

ଏପଟେ ରବୀନ୍ଦ୍ର ଜେନା ବିଜେଡି ଛାଡ଼ିବା ନେଇ ମଧ୍ୟ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଖୋଦ ରବୀନ୍ଦ୍ର ଜେନା। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ମୋର ବିଜେଡି ଛାଡ଼ିବାର ନାହିଁ। ମୁଁ ଅସନ୍ତୁଷ୍ଟ ନାହିଁ କି ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖିନି।

ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ, ତାଙ୍କ ପାଇଁ ଲଢ଼ିବୁ। ଉପନିର୍ବାଚନରେ ଦାୟିତ୍ୱ ନ ମିଳିବା କଥାକୁ ମଧ୍ୟ ଅସ୍ୱୀକାର କଲେ। ମୁଁ ଦଳର ଜିଲ୍ଲା ସଭାପତି ରହିଛି, ସମସ୍ତଙ୍କୁ ନେଇ କାମ କରିବି ବୋଲି କହିଲେ ରବୀନ୍ଦ୍ର।

ଏଣେ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା ଏବେ ବାଲେଶ୍ୱରରେ ଡେରା ପକାଇଥିବା ବେଳେ ଜିଲ୍ଲା  ସଭାପତି ରବୀନ୍ଦ୍ର ଜେନାଙ୍କ ସହ ସର୍କିଟ ହାଉସରେ ବୈଠକ କରିଥିବା ଜଣାଯାଇଛି।  ତେବେ ଗୋଷ୍ଠୀ କନ୍ଦଳ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଏହାବ୍ୟତୀତ ପ୍ରତାପ ଜେନା ଅରୁଣ ଦେଙ୍କୁ ମଧ୍ୟ ଭେଟିଛନ୍ତି। ଅରୁଣଙ୍କୁ ଭେଟିବା ପରେ ଜିଲ୍ଲା ପର୍ଯ୍ୟବେକ୍ଷକ  ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଲେ, ଛାତ୍ର ଜୀବନରୁ ଅରୁଣଙ୍କ ସହ ସମ୍ପର୍କ ରହିଛି। ଗତ ୨ ଦିନରେ ଉପନିର୍ବାଚନ ପ୍ରାର୍ଥିତ୍ୱ ନେଇ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ହିଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି କହିଲେ ପ୍ରତାପ ଜେନା।

The post ବିଜେଡି ଛାଡ଼ିବାର ନାହିଁ- ରବୀନ୍ଦ୍ର ଜେନା appeared first on Odisha Reporter.



from Odisha Reporter https://ift.tt/3hWEjwT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages