କୃଷି ବିଲ୍ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିବେ ଗୁଲାମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

କୃଷି ବିଲ୍ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିବେ ଗୁଲାମ୍

ନୂଆଦିଲ୍ଲୀ: କୃଷି ବିଲ୍ ୨୦୨୦କୁ ନେଇ ବିରୋଧୀଙ୍କ ସ୍ୱର ଶାଣିତ ହୋଇରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ସାକ୍ଷାତ୍ କରିବେ। ସେପଟେ ରାଜ୍ୟସଭା ଗୃହରେ ମଧ୍ୟ ବିରୋଧୀଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହାପରେ ବିରୋଧୀ ରାଜ୍ୟସଭା ଅଧିବେଶନକୁ ବହିଷ୍କାର ମଧ୍ୟ କରିଛନ୍ତି।

ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୌଠକରେ କୃଷି ବିଲ୍ ୨୦୨୦ ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରାଯାଇଛି। ସେହିଭଳି ଏନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ଏଣୁ ଗୁଲାମ ନବୀ ଆଜାଦ୍ ଆଜି ସନ୍ଧ୍ୟା ୫ଟା ବେଳେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବେ ବୋଲି ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରି କୃଷି ବିଲ୍ ୨୦୨୦କୁ ସ୍ୱୀକୃତି ନ ଦେବା ଲାଗି ବିରୋଧୀ ଦଳ ଅପିଲ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ୍ ନବୀ ଆଜାଦ୍ କୃଷି ବିଲ୍ ବାବଦରେ ରାଷ୍ଟ୍ରପତିଙ୍କୁ ଚିଠି ମଧ୍ୟ ଲେଖିସାରିଛନ୍ତି। ରାଜ୍ୟସଭାରେ ଯେଉଁ ବିଲ୍ ପାରିତ ହୋଇଛି ସେଥିରେ ପ୍ରକ୍ରିୟାଗୁଡ଼ିକୁ ପାଳନ କରାଯାଇ ନାହିଁ। ଏଣୁ ଏହି ବିଲକୁ ସ୍ୱୀକୃତି ନ ଦେବାକୁ ରାଷ୍ଟ୍ରପତିଙ୍କୁ ଗୁଲାମ ଚିଠି ମାଧ୍ୟମରେ ଅପିଲ୍ କରିସାରିଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ରାଜ୍ୟସଭାରେ କୃଷି ବିଲ୍ ପାରିତ ହେବା ବେଳେ ଉପାଧ୍ୟକ୍ଷଙ୍କ ଆସନ ପାଖକୁ ଆସି ବିରୋଧୀ ହଙ୍ଗାମା କରିଥିଲେ। ଯାହାକୁ ନେଇ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କ୍ଷୁବ୍ଧ ହୋଇ ନିୟମ ଅନୁଯାୟୀ ଆଠ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ୱନ କରିଥିଲେ। ଏହାପରେ ନିଲମ୍ବିତ ସାଂସଦମାନେ ଧାରାଣାରେ ବସିଥିଲେ। ତେବେ ସରକାରଙ୍କ ଆଗରେ ବିରୋଧୀ ତିନି ଦାବି ରଖିଛନ୍ତି। ଯଦି ସରକାର ରାଜି ନହେବେ ତା’ହେଲେ ଚଳିତ ଅଧିବେଶନରେ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି କହିଛନ୍ତି। ତେଣୁ ନିଲମ୍ୱିତ ଆଠ ସାଂସଦ ମଧ୍ୟ ଧାରଣା ଶେଷ କରି ଅନ୍ୟ ବିରୋଧୀଙ୍କ କଥାରେ ଏକ ହୋଇଛନ୍ତି।

ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ୍ ଗୃହରେ ତିନି ଦାବି କରିଛନ୍ତି। ସେ କହିଛନ୍ତି ସରକାର ଏକ ବିଲ୍ ଆଣି ସୁନିଶ୍ଚିତ କରିବା ଦରକାର କି ଘରୋଇ କମ୍ପାନୀମାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଠାରୁ କମ୍ ମୂଲ୍ୟରେ ଚାଷୀଙ୍କଠୁ ଶସ୍ୟ କିଣି ପାରିବେ ନାହିଁ। ଏଥିସହ ସରକାର ସ୍ନାମୀନାଥନ ଫର୍ମୁଲାରେ ସମୟ ସମୟରେ ଏମଏସପି ସ୍ଥିର କରିବା ଦରକାର ଏବଂ ଆଠ ସାଂସଦଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରାଯିବା ଦରକାର।

The post କୃଷି ବିଲ୍ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିବେ ଗୁଲାମ୍ appeared first on Odisha Reporter.



from Odisha Reporter https://ift.tt/2Hqo1Qg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages