ବାଇକରେ ନେଉଥିଲେ, ବାଟରେ ଧରିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

ବାଇକରେ ନେଉଥିଲେ, ବାଟରେ ଧରିଲା ପୁଲିସ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ରାଣୀତାଲ କେନାଲ ରୋଡ ନିକଟରୁ ୨ ବ୍ରାଉନସୁଗର ବେପାରୀଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ଗିରଫ ଦୁଇଜଣ ହେଲେ ବନମାଳୀ ମଲିକ୍ ଏବଂ ଭରତ ମଲିକ୍। ସେମାନଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗାଁରେ।

ସୂଚନା ଅନୁସାରେ, ଗତକାଲି ବନମାଳୀ ଓ ଭରତ ଭଦ୍ରକରୁ ବାଇକ୍‌ରେ ବ୍ରାଉନସୁଗର ନେଇ ଯାଉଥିବା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ରାଣୀତାଲ ଛକରେ ଜଗି ରହିଥିଲା। ରାଣୀତାଲ ଛକରେ ବନମାଳୀ ଓ ଭରତ ପୁଲିସକୁ ଦେଖି ପଳାଇଯାଉଥିବା ବେଳେ ରାଣୀତାଲ କେନାଲ ରୋଡ ନିକଟରେ ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୁଲିସ୍‌ ।

The post ବାଇକରେ ନେଉଥିଲେ, ବାଟରେ ଧରିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/3k3OxNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages