ଝାରସୁଗୁଡ଼ା(ଭାଗିରଥୀ ସାହୁ): ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଗତକାଲି ନିୟନ୍ତ୍ରଣ ହରାଇ ସମ୍ବଲପୁର ଜିଲ୍ଲା ରଂପେଲ ସେତୁ ବ୍ୟାରିକେଡ ଭାଙ୍ଗି ନଦୀ ଭିତରକୁ ଖସି ପଡ଼ିଥିଲା। ଖବର ପାଇ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ହୀରାକୁଦ ଜଳଭଣ୍ଡାରରୁ ୨ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଡ୍ରାଇଭରଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଗତକାଲି ହୀରାକୁଦ ଜଳଭଣ୍ଡାରରେ ଖସି ପଡ଼ିଥିଲା। ଉକ୍ତ ସମୟରେ ଗାଡ଼ିରେ ଡ୍ରାଇଭରଙ୍କ ସମେତ ୩ ଜଣ ଥିଲେ।
ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରି ଗାଡ଼ି ଭିତରେ ଫସି ପ୍ରାଣ ହରାଇଥିବା ଜିତେନ୍ଦ୍ର ସାହୁ ଏବଂ ପପୁ ସାହୁ ନାମକ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ଗାଡି ଡ୍ରାଇଭର୍ ଆଦିତ୍ୟ ସାହୁ ସୌଭାଗ୍ୟବଶଃତ ରକ୍ଷା ପାଇଯାଇଛନ୍ତି। ସେ ପାଣିରେ ପହଁରୁଥିବାବେଳେ ଜଳଭଣ୍ଡାରରେ ମାଛ ଧରୁଥିବା ମତ୍ସ୍ୟଜୀବୀ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।
ଦୁର୍ଘଟଣା ଖବର ପାଇବା ପରେ ଲଖନପୁର ତହସିଲଦାର, ଏସଡିପିଓ, ପୋଲିସ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିବାବେଳେ ଢେର୍ ସମୟ ପରେ ବାକି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
The post ବ୍ୟାରିକେଡ ଭାଙ୍ଗି ନଦୀକୁ ଖସିଲା ହାଇୱା appeared first on Odisha Reporter.
from Odisha Reporter https://ift.tt/35jkaOU
No comments:
Post a Comment