କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ, ଅଫିସ୍‌ରେ ବିଏମ୍‌ସିର ଭଙ୍ଗାକାର୍ଯ୍ୟ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ, ଅଫିସ୍‌ରେ ବିଏମ୍‌ସିର ଭଙ୍ଗାକାର୍ଯ୍ୟ ଆରମ୍ଭ

ମୁମ୍ବାଇ: ମହାରାଷ୍ଟ୍ରରେ ଶାସକ ଦଳ ଶିବସେନା ଓ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ତାଙ୍କ ମୁମ୍ବାଇସ୍ଥିତ ଅଫିସ୍‌ର କିଛି ଅଂଶକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରି ଦେଇଛି ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ)। କଙ୍ଗନାଙ୍କ ଅଫିସ୍‌ରେ ବେଆଇନ ଭାବେ ଅନେକ ନିର୍ମାଣ କାର୍ଯ୍ୟ କରାଯାଇଥିବା ନେଇ ବିଏମ୍‌ସି ଗତକାଲି ନୋଟିସ୍ ଦେଇଥିବା ବେଳେ ଆଜି ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛି।

ବିଏମ୍‌ସ୍‌ ସୂତ୍ରରୁ ସୂଚନା ମିଳିଛି ଯେ ଏନେଇ କଙ୍ଗନାଙ୍କୁ ନୋଟିସ୍ ପଠାଯାଇଥିଲା ଓ ୨୪ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ କୁହାଯାଇଥିଲା। କିନ୍ତୁ ସେ ଜବାବ ଦାଖଲ କରି ନଥିଲେ। ତାଙ୍କ ଅଫିସ୍‌ରେ ନିୟମ ଉଲ୍ଲଂଘନ କରାଯାଇ ଅନେକ ନିର୍ମାଣ କାର୍ଯ୍ୟ କରାଯାଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କଙ୍ଗନା ଆଜି ମୁମ୍ବାଇ ଆସୁଥିବା ବେଳେ ବିଏମ୍‌ସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କଙ୍ଗନା ପୁଣି ଥରେ ମୁମ୍ବାଇକୁ ‘ପାକିସ୍ତାନ ଅଧିକୃତ କଶ୍ମୀର’ ବୋଲି କହିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି- ମୁଁ କେବେ ଭୁଲ୍ ନଥିଲି। ମୋ ଶତ୍ରୁମାନେ ଏହାକୁ ବାରମ୍ବାର ପ୍ରମାଣିତ କରିଚାଲିଛନ୍ତି। ମୋ ମୁମ୍ବାଇ ଏବେ ପାକ୍‌ ଅଧିକୃତ କଶ୍ମୀର ହୋଇଯାଇଛି।


ଏହା ପୂର୍ବରୁ କଙ୍ଗନା ଟ୍ୱିଟ୍ କରି କହିଥିଲେ ଯେ ସେ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ର ସରକାର ଓ ତାଙ୍କ ଗୁଣ୍ଡାମାନେ ତାଙ୍କ ଅଫିସ୍‌କୁ ବେଆଇନ ଭାବେ ଭାଙ୍ଗିବାକୁ ପ୍ରସ୍ତୁତ ହୋଇରହିଛନ୍ତି। ଏହା ସହିତ ସେ ଆଗେଇ ଚାଲ ବୋଲି ଲେଖିଥିଲେ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପର ଠାରୁ ବିଭିନ୍ନ ସମୟରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିବା କଙ୍ଗନା ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିଥିଲେ। ଏହା ପରଠାରୁ ଶିବସେନା ସହିତ ତାଙ୍କର ବାକ୍‌ଯୁଦ୍ଧ ଜାରି ରହିଛି। ଅନ୍ୟପକ୍ଷରେ ଗୃହ ମନ୍ତ୍ରାଳୟ ତାଙ୍କୁ ୱାଇ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି।

The post କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ, ଅଫିସ୍‌ରେ ବିଏମ୍‌ସିର ଭଙ୍ଗାକାର୍ଯ୍ୟ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/32bmTHX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages