ତାସ୍‌ ଖେଳକୁ ନେଇ ମହାଭାରତ, ବୁଲିଲା ଖଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ତାସ୍‌ ଖେଳକୁ ନେଇ ମହାଭାରତ, ବୁଲିଲା ଖଣ୍ଡା

ଛତ୍ରପୁର (ଆଲୋକ ଗୌଡ଼): ତାସ୍ ଖେଳକୁ ନେଇ ହୋଇଛି ମହାଭାରତ। ବୁଲିଛି ଖଣ୍ଡା ଓ ଆହତ ହୋଇଛନ୍ତି ଦୁଇଟି ପରିବାରର ୮ ଜଣ ସଦସ୍ୟ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗାଁରେ।

ଗାଁର ବଡ଼ସାହିର ନିବାସୀ ପାଳ ଓ ମାଧବ ମାଲ୍ଲିକଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ ଝଗଡ଼ା ହୋଇଥିଲା। କିନ୍ତୁ ପରେ ପରେ ଏହା ଉଗ୍ରରୂପ ଧାରଣ କରିଥିଲା ଓ ଏଥିରେ ସାମିଲ ହୋଇଥିଲେ ଉଭୟଙ୍କ ପରିବାର ଲୋକେ। ଖଣ୍ଡା ଓ ଠେଙ୍ଗାରେ ସେମାନେ ପରସ୍ପରକୁ ଆକ୍ରମଣ କରିଥିଲେ।

ଏହି ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଥିବା ୩ ଜଣଙ୍କୁ ପୋଲସରାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୋଲସରା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

The post ତାସ୍‌ ଖେଳକୁ ନେଇ ମହାଭାରତ, ବୁଲିଲା ଖଣ୍ଡା appeared first on Odisha Reporter.



from Odisha Reporter https://ift.tt/2Fyl3bo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages