ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମଧ୍ୟରେ ସବୁ କିଛି ଧିରେ ଧିରେ ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ପ୍ରବାସୀ ଓଡ଼ିଆ ମଧ୍ୟ ନିଜ ଜୀବନଜୀବିକା ନିମନ୍ତେ ବାହାର ରାଜ୍ୟକୁ ପୁନର୍ବାର ଯିବାକୁ ବ୍ୟଗ୍ର ହେଲେଣି। ଏପରି ସ୍ଥିତିରେ ସେମାନଙ୍କ ପାଇଁ ଆସନ୍ତା ୧୨ ତାରିଖରୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ୍।
ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ୍ରେ ଚାଲିକ ଏହି ଟ୍ରେନ୍। ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିଯିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଳାଇବା ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡ଼ିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଶ୍ରମିକ ସ୍ପେଶାଲ ଟ୍ରେଲ୍ ଚାଲୁ କରିବାକୁ ସେ ଅନୁରୋଧ କରିଥିଲେ।।
The post ୧୨ରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/2ZkZKkA
No comments:
Post a Comment