ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଘଟି ଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଲୁହା ରଡ୍ରେ ମା’କୁ ପିଟିପିଟି ହତ୍ୟା କରିଛନ୍ତି ୨ ପୁଅ। ୨ ପୁଅ ନାବାଳକ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି।
ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ପୁଲିସ୍ ୨ ଭାଇଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଘରୋଇ କଳିରୁ ଏପରି ଛାତି ଥରା ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତ ମହିଳା ହେଲେ ବିନୋଦିନୀ ମିଶ୍ର।
୨ ଭାଇଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନଙ୍କ ମା’ ସବୁବେଳେ ନିଶାଗ୍ରସ୍ତ ହୋଇ ସେମାନଙ୍କୁ ମାରପିଟ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେମାନେ ଗତକାଲି ମିଳିତ ଭାବେ ଲୁହା ରଡ୍ରେ ସେମାନଙ୍କ ମା’ଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମା’ଙ୍କ ମୃତ୍ୟୁ ହୋଇଯିବାରୁ ମୃତଦେହକୁ ବାଥରୁମ୍ରେ ରଖି ଘରେ ତାଲା ପକାଇ ପଳାଇଥିଲେ।
ଏହାପରେ ଆପାର୍ଟମେଣ୍ଟର ସିକ୍ୟୁରିଟିକୁ ଫୋନ୍ କରି ଘରକୁ କେହି ବାହାର ଲୋକ ଆସି ମା’ଙ୍କୁ ଆକ୍ରମଣ କରିଥିବା କହିଥିଲେ। ଏହାପରେ କିଛି ସ୍ଥାନୀୟ ଲୋକଙ୍କ ସହ ସିକ୍ୟୁରିଟି କର୍ମଚାରୀ ଯାଇ ଘର ବାହାର ପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ପରେ ମୃତଦେହ ଦେଖିବାକୁ ପାଇଥିଲା।
ଏହାପରେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରି ବିନୋଦିନୀଙ୍କ ୨ ପୁଅଙ୍କୁ କାବୁ କରିବା ପରେ ସେମାନେ ପୁଲିସ୍କୁ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
The post ରାଜଧାନୀରେ ଚାଞ୍ଚଲ୍ୟ; ମା‘କୁ ପିଟି ପିଟି ମାରି ଦେଲେ ୧୨ ଓ ୧୫ ବର୍ଷର ଦୁଇ ପୁଅ appeared first on Odisha Reporter.
from Odisha Reporter https://ift.tt/2FtyERS
No comments:
Post a Comment