ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଲକଡାଇନ୍ ରହିବାରୁ ଅନେକ ବ୍ୟବସାୟ ଏବେ କ୍ଷତିରେ। ହେଲେ ଯେଉଁମାନେ ଏଫଏମସିଜି ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଏବେ ଏହି ମହାମାରୀ ଆଣିଦେଇଛି ସୁଯୋଗ। ଏବେ ଦୋକାନରେ ବଡି ଲୋଶନ, ହେୟାର କେୟାର, ଶାମ୍ପୁ ଆଦି ବିକ୍ରି କମିଥିବା ବେଳେ ଅଧିକାଂଶ ଲୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରୁଥିବା ଜିନିଷ କିଣୁଛନ୍ତି।
ଏପ୍ରିଲ୍ ରୁ ଅଗଷ୍ଟ ମଧ୍ୟରେ ଏଫଏମସିଜି କମ୍ପାନୀଗୁଡିକ ଅନେକ ଗୁଡ଼ିଏ ନୂଆ ଜିନିଷର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରେ ପନିପରିବା ଏବଂ ଫଳ ଧୋଇବା ପାଇଁ ସାନିଟାଇଜର, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବିଭିନ୍ନ ସାମଗ୍ରୀ ଇତ୍ୟାଦି। ଏମିତିକି ଗ୍ରାହକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କମ୍ପାନୀ ଗୁଡ଼ିକ ଅନେକ ଅଫର ମଧ୍ୟ ଦେଉଛନ୍ତି। ଯେଉଁ ଗୁଡ଼ିକ ବିକ୍ରି ନହେଉଛି ସେହି ସାମଗ୍ରୀ ଗୁଡ଼ିକୁ ବିକ୍ରି ହେଉଥିବା ଜିନିଷ ସହିତ ଯୋଡ଼ି ଅଳ୍ପ ଦାମରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି।
ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରି କରିବା କ୍ଷେତ୍ରରେ ଆଇଟିସି ତୃତୀୟ ବୃହତ୍ତମ କମ୍ପାନୀ ରହିଛି। ଗତ ୫ ମାସ ମଧ୍ୟରେ ୪୦ ଟି ନୂଆ ସାମଗ୍ରୀ ଏହି କମ୍ପାନୀ ଆରମ୍ଭ କରିଥିବା ସୂଚନା ମିଳିଛି। ଗତ ବର୍ଷ କମ୍ପାନୀ ମୋଟ ୬୦ ଟି ନୂତନ ସାମଗ୍ରୀ ଲଞ୍ଚ କରିଥିଲା।
ୱିପ୍ରୋ କନଜ୍ୟୁମର କେୟାର ଆଣ୍ଡ ଲାଇଟିଂର ସଭାପତି କହିଛନ୍ତି ଯେ ଏପ୍ରିଲ୍ ୨୦୨୦ ଠାରୁ ନୂଆ ସାମଗ୍ରୀ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ସମୟ ମଧ୍ୟରେ କମ୍ପାନୀ ସାବୁନ୍, ହ୍ୟାଣ୍ଡୱାସ୍, ସାନିଟାଇଜର, ଆଣ୍ଟି ଜର୍ମ ଡିଟରଜେଣ୍ଟ ଏବଂ କପଡା କଣ୍ଡିସନର ଆଦିର ଶୁଭାରମ୍ଭ କରିଛି।
ଡାବର କମ୍ପାନୀର ସିଇଓ ମୋହିତ ମାଲହୋତ୍ରା କହିଛନ୍ତି ଯେ କରୋନା ଆରମ୍ଭ ହେବା ପରେ ଆମେ ତିନି ମାସ ମଧ୍ୟରେ ୪୦ ରୁ ଅଧିକ ନୂଆ ସାମଗ୍ରୀ ଲଞ୍ଚ ହୋଇଛି। ସେହିଭଳି ମାରିକୋ କମ୍ପାନୀ ବଜାରରେ ମହୁ, କଦଳୀ କ୍ଷୀର ଏବଂ କଦଳୀ-ଅଦା କ୍ଷୀର ଆଦି ସାମଗ୍ରୀର ଶୁଭାରମ୍ଭ କରିଛି।
The post କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି appeared first on Odisha Reporter.
from Odisha Reporter https://ift.tt/2FLTlIj
No comments:
Post a Comment