ରାଞ୍ଚି: ଫୁଟବଲ୍ ମ୍ୟାଚ୍ ଚାଲିଥିବାବେଳେ ବଜ୍ରପାତ ଘଟି ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ କିଛି ଖେଳାଳି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଝାରଖଣ୍ଡର ନକ୍ସଲପ୍ରବଣ ଅଞ୍ଚଳ ଚଇନପୁର ବ୍ଲକର ବାର୍ଦିରେ ଗୁରୁବାର ଅପରାହ୍ଣରେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି।
ତେବେ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ସେଠାରେ କେମିତି ଫୁଟବଲ୍ ମ୍ୟାଚ୍ ଚାଲିଥିଲା ପୁଲିସ ସେସମ୍ପର୍କରେ ତଦନ୍ତ କରୁଛି। ସ୍ଥାନୀୟ ପୁଲିସର କହିବା ଅନୁଯାୟୀ, ସଂପୃକ୍ତ ଅଞ୍ଚଳରେ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଯୋଜନ କରାଯାଇଥିଲା। ଗୁରୁବାର ଅପରାହ୍ଣରେ ମ୍ୟାଚ ଚାଲିଥିବାବେଳେ ବର୍ଷା ହୋଇଥିଲା। ଏହି ଅସମୟରେ ପଡ଼ିଆରେ ବଜ୍ରପାତ ହେବାରୁ ଜଣଙ୍କୁ ମୃତ୍ୟୁ ଘଟିଥି୍ଲା ଏବଂ ଏଥିରେ ଅନ୍ୟ କିଛି ଖେଳାଳି ଆହତ ହୋଇଥିଲେ।
The post ପଡ଼ିଆରେ ବଜ୍ରପାତ, ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/33GfakY
No comments:
Post a Comment