ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 26, 2020

ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ

ନ୍ୟୁଜ୍ ଦିଲ୍ଲୀ: ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜସୱନ୍ତ ସିଂ। ୮୨ ବର୍ଷ ବୟସରେ ଆଜି ସକାଳେ ହଠାତ୍ ତାଙ୍କର ଦେହାନ୍ତ ହୋଇଛି। ଜସୱନ୍ତ ସିଂ ପ୍ରଥମେ ଦେଶର ସେନା ଭାବରେ ଯୋଗ ଦେଇଥିଲେ ପରେ ରାଜନୀତିରେ ସକ୍ରିୟ ରହିଥିଲେ।  ଅଟଳ ବିହାରୀ ବାଜପେୟୀ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ।

ଜସୱନ୍ତ ସିଂ ୩ ଜାନୁଆରୀ ୧୯୩୮ରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତୀୟ ସେନାରୁ ଅବସର ଗ୍ରହଣ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ପ୍ରତିଷ୍ଠାତା ସଦସ୍ୟ। ୧୯୮୦ ରୁ ୨୦୧୪ ଯାଏ ସେ ସାଂସଦ ଥିଲେ। ଯାହାକି ଏକକାଳୀନ ଏତେ ସମୟ ସାଂସଦ ରହିବାରେ ରେକର୍ଡ।

ସେ ରାଜ୍ୟସଭାର ସଦସ୍ୟ ଭାବରେ ପାଞ୍ଚଥର (୧୯୮୦, ୧୯୮୬, ୧୯୯୮, ୧୯୯୯, ୨୦୦୪) ଥିଲେ। ଲୋକସଭାକୁ ଚାରିଥର (୧୯୯୦, ୧୯୯୧, ୧୯୯୬, ୨୦୦୯) ନିର୍ବାଚିତ ହୋଇଥିଲେ। ବାଜପେୟୀ ସରକାର (୧୯୯୮-୨୦୦୪) ସମୟରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ। ସେ ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍ ଭାବରେ (୧୯୯୮–୯୯)ରେ ମଧ୍ୟ କାର୍ଯ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି। ଅଟଳ ବିହାରି ବାଜପେୟୀ ସରକାରରେ ସେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ଭଳି ମନ୍ତ୍ରୀ ପଦରେ ଥିଲେ। ତାଙ୍କ ଦେହାନ୍ତ ଖବର ଦୁଃଖ ଦାୟକ ବୋଲି ସେ କହିଛନ୍ତି।

ରାଜନୀତି ତଥା ସମାଜ ପ୍ରସଙ୍ଗରେ ତାଙ୍କର ଅନନ୍ୟ ଦୃଷ୍ଟିକୋଣ ପାଇଁ ଜସୱନ୍ତ ସିଂ ସବୁଦିନ ମନେ ରହିବେ।ବିଜେପିକୁ ମଜବୁତ କରିବାରେ ତାଙ୍କର ସହଯୋଗ ରହିଛି। ଜସଓ୍ୱନ୍ତଙ୍କ ସହ ତାଙ୍କର ସମ୍ପର୍କ ସର୍ବଦା ମନେ ରହିବ  ବୋଲି ମୋଦି କହିଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଜସଓ୍ୱନ୍ତ ସିଂ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ ବୋଲି ସେ କହିଛନ୍ତି।

The post ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3mXHeZZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages