ଭଦ୍ରକ (ପାର୍ଥ ସାରଥୀ ନାୟକ): ଧରାପଡ଼ିଗଲା ସ୍ୱାମୀଙ୍କ ଚୋରା ପୀରତି। ଭଦ୍ରକ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ସରପଞ୍ଚଙ୍କ ପରକିୟା ପ୍ରୀତି ଧରାପଡ଼ିଗଲା ପରେ ପରିସ୍ଥିତି ଜଟିଳ ହୋଇଛି। ପ୍ରେମିକାଙ୍କ ଘରୁ ସ୍ୱାମୀଙ୍କୁ ଟାଣି ଆଣି ବାହାରେ ପିଟିଥିଲେ ସ୍ତ୍ରୀ। ଭଦ୍ରକ ସହର କୁଆଁସ ଠାରେ ଜନୈକ ମହିଳା ଭଡ଼ାରେ ରୁହନ୍ତି। ତେବେ ସେହି ମହିଳାଙ୍କ ସହ ସ୍ୱାମୀଙ୍କର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ସ୍ତ୍ରୀ । ସ୍ୱାମୀ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ନୂଆନନ୍ଦ ପଞ୍ଚାୟତର ସରପଞ୍ଚ ସୁଶାନ୍ତ ମଲିକ । ସେ ୧୯୯୭ ମସିହା ରେ ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ପୂର୍ବରୁ ସମିତି ସଭ୍ୟ ଥିଲେ । ଅନେକ ସମୟରେ ବିଭିନ୍ନ ବାହାନା କରି ଘରକୁ ଯାଉ ନଥିଲେ ସରପଞ୍ଚ ।
କିନ୍ତୁ ଅନ୍ୟ ମହିଳାଙ୍କ ଘରେ ରହୁଥିବା ଖବର ପାଇଥିଲେ ସ୍ତ୍ରୀ । ସନ୍ଧ୍ୟା ବେଳୁ ଆସି ଟାଉନ ଥାନା ନିକଟ କୁଆଁସ ଠାରେ ଜଗି ରହିଥିଲେ ତାଙ୍କ ସ୍ତ୍ରୀ । ଘରକୁ ଆସିବେ କି ନାହିଁ ସ୍ୱାମୀଙ୍କୁ ପଚାରିବାରୁ ସେ ଯିବେ ନାହିଁ ବୋଲି କହିଥିଲେ । ସ୍ତ୍ରୀ ସଂଗେ ସଂଗେ ଉକ୍ତ ଘର ଭିତରକୁ ଯାଇ ସ୍ୱାମୀଙ୍କୁ ଘୋଷାଡ଼ି ବାହାରକୁ ଆଣିଥିଲେ । ପରେ ଉତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ । ପୁଲିସ ଉଭୟଙ୍କୁ ଥାନାକୁ ଆଣିଥିଲା । ପରେ ସ୍ତ୍ରୀ ସ୍ୱାମୀଙ୍କ ନାଁରେ ଥାନାରେ ଲିଖିତ ଏତଲା ଦେଇଥିଲେ । ଟାଉନ ପୁଲିସ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି।
The post ପ୍ରେମିକା ଘରୁ ସରପଞ୍ଚ ସ୍ୱାମୀଙ୍କୁ ଘୋଷାଡ଼ି ପିଟିଲେ ସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/336nueL
No comments:
Post a Comment