ମୁମ୍ବାଇ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ମହାମାରୀରେ ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଉଦ୍ଧବ ସରକାର ବିଡି ଓ ସିଗାରେଟ୍ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଏକ ସର୍କୁଲାର ଜାରି କରିଛି।
ସ୍ୱାସ୍ଥ୍ୟ ବିଭାଗ କହିଛି ଯେଉଁ ବିଡି ଓ ସିଗାରେଟ୍ ଖୋଲା ବିକ୍ରି ହେଉଛି ତା ଉପରେ ରୋକ୍ ଲଗାଯାଇଛି। କାରଣ ପ୍ୟାକେଟ ସିଗାରେଟ୍ ଉପରେ ଲେଖା ହୋଇଥାଏ ତମାଖୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ହେଲେ ଖୋଲି ବିକ୍ରି ହେଉଥିବା ବିଡି ଓ ସିଗାରେଟରେ ଏହି ସଚେତନତା ଲେଖା ହୋଇନି। ଯାହାକି ପରୋକ୍ଷରେ ବିଡି ଓ ସିଗାରେଟ ବିକ୍ରି ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି।
ସ୍ୱାସ୍ଥ୍ୟ ବିଭାଗ ଯେଉଁ ସର୍କୁଲାର ଅନୁଯାୟୀ ପୁଲିସ ଏବଂ ମ୍ୟୁନିସିପାଲିଟି ଟିମ୍ ସେହି ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଯେଉଁମାନେ ଖୋଲାରେ ବିଡି କିମ୍ବା ସିଗାରେଟ୍ ବିକ୍ରି କରୁଥିବେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନାରେ ୩୪ ହଜାର ୭୬୧ ଜଣଙ୍କର ମୃତ୍ୟୁ ହୋଇଛି। ଏଯାବତ ୯ ଲକ୍ଷ ୯୪ ଜଣ ଆରୋଗ୍ୟ ହୋଇଛନ୍ତି। ୨ ଲକ୍ଷ ୭୨ ହଜାର ୭୭୫ ଲୋକ ଏବେବି ଚିକିତ୍ସାଧୀନ ରହିଛନ୍ତି। ମହାରାଷ୍ଟ୍ର ସରକାର କରୋନାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।
The post ବଢ଼ୁଛି କରୋନା ସଂକ୍ରମଣ, ବିଡି ଓ ସିଗାରେଟ୍ ଉପରେ ରୋକ୍ ଲଗାଇଲେ ସରକାର appeared first on Odisha Reporter.
from Odisha Reporter https://ift.tt/36b0gpN
No comments:
Post a Comment