ପୂର୍ବତନ ନୌସେନା ଅଧିକାରୀଙ୍କୁ ମାଡ଼ ମାରିଥିବା ଶିବସେନା କର୍ମୀଙ୍କୁ ମିଳିଲା ଜାମିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

ପୂର୍ବତନ ନୌସେନା ଅଧିକାରୀଙ୍କୁ ମାଡ଼ ମାରିଥିବା ଶିବସେନା କର୍ମୀଙ୍କୁ ମିଳିଲା ଜାମିନ୍

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ଏକ କାର୍ଟୁନକୁ ସୋଶାଲ ମିଡିଆରେ ଭାଇରାଲ କରିଥିବାରୁ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ରାଜ୍ୟର ଶାସକ ଦଳ ଶିବସେନାର କିଛି ବ୍ୟକ୍ତି ଆସି ଆକ୍ରମଣ କରିଥିଲେ। ପୁଲିସରେ ଅଭିଯୋଗ ହେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ସମସ୍ତ 6 ଜଣ ଶିବସେନା କର୍ମୀଙ୍କୁ ଜାମିନ ମିଳିଯାଇଛି।

ପୁଲିସ କହିଛି ଯେ, ଏଫ୍ଆଇଆର୍ ଅନୁଯାୟୀ 7 ବର୍ଷରୁ କମ୍ ଦଣ୍ଡ ରହିଛି। ତେଣୁ ସେମାନଙ୍କୁ ପୁଲିସ ଷ୍ଟେସନରୁ ଜାମିନ ମିଳିଛି। ତେବେ ଆକ୍ରମଣର ଶିକାର ହୋଇଥିବା ନୌସେନା ଅଧିକାରୀଙ୍କ ପରିବାର ଲୋକେ ଜାମିନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଶୁକ୍ରବାର ମହାରାଷ୍ଟ୍ରର ଶିବସେନା କର୍ମୀ 62 ବର୍ଷିୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ମାଡ ମାରିଥିଲେ। ମଦନ ଶର୍ମା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ କାର୍ଟୁନକୁ ସୋଶାଲ ମିଡିଆରେ ସେୟାର କରିଥିଲେ। ତେବେ ଏହାକୁ ସୋଶାଲ ମିଡିଆରେ ଧମକ ଆସିଥିଲା ବୋଲି ମଦନ ଶର୍ମା କହିଥିଲେ। ପ୍ରଥମେ ଫୋନରେ ଧମକ ଆସିଥିଲା। ପରେ ଘରକୁ ଆସି ଆକ୍ରମଣ କରିଥିଲେ।

ମଦନ ଶର୍ମା କହିଥିଲେ ଯେ ମୁଁ ସାରା ଜୀବନ ଦେଶ ପାଇଁ କାମ କରିଛି। ହେଲେ ମହାରାଷ୍ଟ୍ରର ଶାସକ ଦଳ ଯାହା କରିଛି ତାହା ଗ୍ରହଣୀୟ ନୁହେଁ। ସରକାରରେ ରହିବାର ନୈତିକକତା ନାହିଁ ବୋଲି ସେ କହିଛନ୍ତି।

The post ପୂର୍ବତନ ନୌସେନା ଅଧିକାରୀଙ୍କୁ ମାଡ଼ ମାରିଥିବା ଶିବସେନା କର୍ମୀଙ୍କୁ ମିଳିଲା ଜାମିନ୍ appeared first on Odisha Reporter.



from Odisha Reporter https://ift.tt/3is4fkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages