ବରଗଡ଼(ଦୀପକ ଶର୍ମା): ‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ । ଚୋରି ହୋଇଥିବା ଗାଡିର ଠିକଣା ଦେବା ପାଇଁ ଗାଡି ମାଲିକଠୁ ଜଣେ ଯୁବକ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି ବରଗଡରୁ । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ ସହର ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତି ନାମକ ବ୍ୟକ୍ତିଙ୍କ ଚାରି ଚକିଆ ଗାଡି ଗତ ୯ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଯାଇଥିଲା। ଏନେଇ ୧୦ ତାରିଖରେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ସେହି ଦିନ ଅପରାହ୍ନରେ ପ୍ରମୋଦଙ୍କ ଡ୍ରାଇଭରଙ୍କ ପାଖକୁ ଜଣେ ଯୁବକଙ୍କ ଫୋନ୍ ଆସିଥିବା ବେଳେ ସେ ଗାଡିର ଠିକଣା ଜାଣିଥିବା କହିଥିଲେ।
ସମ୍ପୃକ୍ତ ବ୍ୟକ୍ତି ଗାଡିର ଠିକଣା କହିବା ଲାଗି ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ କରିଛନ୍ତି ଗାଡି ମାଲିକ ପ୍ରମୋଦ । ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡିଟି ବ୍ରହ୍ମଚାରୀଠାରେ ଥିବା ସୂଚନା ଦେଇଥିଲେ ଯୁବକଜଣକ।
ନିଜ ଗାଡିକୁ ଉଦ୍ଧାର କରିବା ପରେ ପ୍ରମୋଦ ଉକ୍ତ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ବରଗଡ ଟାଉନ୍ ଥାନା ପୁଲିସ୍ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଅଭିଯୁକ୍ତଜଣକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
The post ‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ appeared first on Odisha Reporter.
from Odisha Reporter https://ift.tt/33jYrUg
No comments:
Post a Comment