ଡ୍ରଗ୍ସ ନେଉଛନ୍ତି ସାରା ଅଲ୍ଲୀ ଖାନ୍ ଓ ରାକୁଲ୍ ପ୍ରୀତ ସିଂହ ! ନୋଟିସ୍ କରିପାରେ ଏନସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

ଡ୍ରଗ୍ସ ନେଉଛନ୍ତି ସାରା ଅଲ୍ଲୀ ଖାନ୍ ଓ ରାକୁଲ୍ ପ୍ରୀତ ସିଂହ ! ନୋଟିସ୍ କରିପାରେ ଏନସିବି

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବି ଟାଉନ୍ ସମ୍ପର୍କରେ ପ୍ରାୟ ପ୍ରତଦିନ ରୋଚକ ତଥ୍ୟ ଆସିବାରେ ଲାଗିଛି। ମୃତ୍ୟୁ ମାମଲା ସହ ଡ୍ରଗସ ଲିଙ୍କରେ ସୁଶାନ୍ତଙ୍କ ବାନ୍ଧବୀ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଗିରଫ କରିବା ପରେ ବଲିଉଡର ବହୁ କଳାକାରଙ୍କ ନାଁ ଏଥିରେ ଛନ୍ଦି ହୋଇଯାଇଛି।

ରିଆଙ୍କୁ ପଚରାଉଚରା ବେଳେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ରାକୁଲ୍ ପ୍ରୀତ୍ ସିଂହ, ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା, ଡିଜାଇନର୍ ସିମୋନ୍ ଖମ୍ବଚା ଓ ସୁଶାନ୍ତ ପୂର୍ବ ମ୍ୟାନେଜର୍ ରୋହିଣୀ ଆୟର୍ ଡ୍ରଗ୍ସ ନେଉଥିବା ସେ ଏନସିବିଙ୍କୁ କହିଥିବା ଜଣାପଡ଼ିଛି। ଫଳରେ ରିଆଙ୍କ ପରେ ଏବେ ସାରା ଓ ରାକୁଲଙ୍କୁ ଏନସିବି ନୋଟିସ କରିବ ବୋଳି ଆକଳନ କରାଯାଉଛି।

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ବଲିଉଡର ବିଭିନ୍ନ ପାର୍ଟିରେ ଏମାନଙ୍କ ସହ ପାଖାପାଖି ପଚିଶ ଜଣ ସେଲିବ୍ରିଟି ଡ୍ରଗ୍ସ ନେଉଥିବା ରିଆ ଏନସିବିକୁ କହିଛନ୍ତି। ଏହା ପରେ ଏନସିବିର ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକ ବସିଥିଲା। ଡ୍ରଗ୍ସ ଲିଙ୍କରେ ଏମାନେ ସମସ୍ତଙ୍କୁ ନୋଟିସ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

The post ଡ୍ରଗ୍ସ ନେଉଛନ୍ତି ସାରା ଅଲ୍ଲୀ ଖାନ୍ ଓ ରାକୁଲ୍ ପ୍ରୀତ ସିଂହ ! ନୋଟିସ୍ କରିପାରେ ଏନସିବି appeared first on Odisha Reporter.



from Odisha Reporter https://ift.tt/33nL0CU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages