ମୁମ୍ବାଇ: ୨୦୨୦ପୁଣି ଥରେ ବଲିଉଡ୍ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଜଣାଶୁଣା ପ୍ରଚ୍ଛଦପଟ୍ଟ ଗାୟିକା ଅନୁରାଧା ପୋଡଓ୍ୱାଲାଙ୍କ ପୁଅ ତଥା କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଆଦିତ୍ୟଙ୍କର ଆଜି ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡ଼ି ଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ପଞ୍ଚତିରିଶ ବର୍ଷ ହୋଇଥିଲା।
ମାଙ୍କ ଭଳି ଆଦିତ୍ୟ କେବଳ ଭକ୍ତି ସଙ୍ଗୀତ ଓ ଭଜନ ଗାଉଥିଲେ। ଦେଶର ସର୍ବକନିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଆଦିତ୍ୟ ଲିମକା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଥିଲେ।
ସୂଚନାଯୋଗ୍ୟ, ଚଳିତ ୨୦୨୦ର ଜଣାଶୁଣା ଇରଫାନ୍ ଖାନ୍, ରୁଷି କପୁର୍, ଓ୍ୱାଜିଦ୍ ଅଲ୍ଲୀ ଓ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ସିନେ ବ୍ୟକ୍ତିତ୍ୱଙ୍କୁ ବଲିଉଡ ହରାଇଛି।
The post ଚାଲିଗଲେ ଅନୁରାଧା ପୋଡଓ୍ୱାଲାଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/2GUyUJT
No comments:
Post a Comment