ବିଜେପି ନେତାଙ୍କ ଉପରେ ବ୍ୟାନ୍‌ ଲଗାଇଲା ଫେସବୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ବିଜେପି ନେତାଙ୍କ ଉପରେ ବ୍ୟାନ୍‌ ଲଗାଇଲା ଫେସବୁକ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବିଜେପି ନେତାମାନେ ଘୃଣ୍ୟ ଓ ହିଂସା ସୃଷ୍ଟି କରିବା ଭଳି ବୟାନ ଦେବା ଘଟଣାରେ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ‍ଫେସବୁକ। ଆଜି ଫେସବୁକ ପକ୍ଷରୁ ବିଜେପି ନେତା ଟି ରାଜା ସିଂହଙ୍କ ଉପରେ ବ୍ୟାନ୍‌ ଲଗା ଯାଇଛି। ସେ ଫେସବୁକ ଓ ଇନଷ୍ଟାଗ୍ରାମରେ ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇ ସମସ୍ତ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଫେସବୁକ ପକ୍ଷରୁ କୁହାଯାଇଛି ଯେ ଆମେ ରାଜା ସିଂହଙ୍କୁ ବ୍ୟାନ କରିଛୁ। ସଂସ୍ଥା ପକ୍ଷରୁ ପ୍ରଦତ୍ତ ନିୟମକୁ ସେ ବାରମ୍ବାର ଉଲ୍ଲଙ୍ଘନ କରି ହିଂସା ସୃଷ୍ଟି କରିବା ଭଳି ବୟାନ ଦେଉଥିଲେ। ତେଣୁ ତାଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଛି।

ଟି ରାଜା ସିଂହ ହେଉଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ। ଫେସବୁକରେ ତାଙ୍କର ୫ଟି ପ୍ରୋଫାଇଲ ରହିଥିଲା ଓ ଏଥିରେ ପ୍ରାୟ ୩ ଲକ୍ଷ ଅନୁଗାମୀ ଥିଲେ। ଫେସବୁକ ତାଙ୍କୁ ବ୍ୟାନ କରିବାରୁ ସେ ଉଲ୍ଲେଖ କରିଥିବା ବୟାନ ଗୁଡ଼ିକ ମଧ୍ୟ ଫେସବୁକରୁ ହଟି ଯାଇଛି।

ଫେସବୁକ ବିଜେପି ନେତାମାନଙ୍କ ଘୃଣ୍ୟ ମନ୍ତବ୍ୟକୁ ଦେଖି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଗଷ୍ଟ ୧୪ରେ ପ୍ରଥମେ ୱାର୍ଲ୍ଡ ଷ୍ଟ୍ରିଟ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ଭାରତରେ ଅବସ୍ଥାପିତ ଫେସବୁକ ଅଧିକାରୀ ଅଗ୍ରାହ୍ୟ କରିଥିଲେ। ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟ ଦେଖିବାକୁ ମିଳିଥିଲା।

The post ବିଜେପି ନେତାଙ୍କ ଉପରେ ବ୍ୟାନ୍‌ ଲଗାଇଲା ଫେସବୁକ appeared first on Odisha Reporter.



from Odisha Reporter https://ift.tt/2Z3ThKV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages