ଅକ୍ଚୋବର ଏକରେ ଦେଶବ୍ୟାପୀ ରେଳ ରୋକ୍ କରିବେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଅକ୍ଚୋବର ଏକରେ ଦେଶବ୍ୟାପୀ ରେଳ ରୋକ୍ କରିବେ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ ଆନ୍ଦୋଳନ ଅବଧି ବୃଦ୍ଧି କରିଛନ୍ତି ଚାଷୀ ସଂଗଠନ। ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨) ଯାଏ ଚାଷୀ ମାନେ ଆନ୍ଦୋଳନକୁ ବଢାଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧ରେ ଚାଷୀମାନେ ଦେଶବ୍ୟାପୀ ରେଳ ରୋକ୍ କରିବେ। ପଞ୍ଜାବର ଅମୃତସରର ରେଳ ଧାରଣାରେ ଚାଷୀମାନେ ବସିଛନ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ପ୍ରଦର୍ଶନ କରୁଛନ୍ତି।

ପଞ୍ଜାବରେ କୃଷକଙ୍କ ‘ରେଳ ରୋକ୍’ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି। ଏବେ ସେମାନଙ୍କ ପ୍ରଦର୍ଶନ ଅକ୍ଟୋବର ୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ବିକ୍ଷୋଭକାରୀମାନେ ସେପ୍ଟେମ୍ବର ୨୪ ତାରିଖରୁ କିସାନ-ମଜଦୁର ସଂଘ ସମିତିର ବ୍ୟାନରରେ ଜଳନ୍ଦର, ଅମୃତସର, ମୁକେରିଆନ ଆଦି ସ୍ଥାନରେ ରେଳ ଧାରଣା ଉପରେ ବସିଛନ୍ତି। ଅକ୍ଟୋବର ୧ ରୁ ମାଲୱା ଅଞ୍ଚଳର କୃଷକ ସଂଗଠନଗୁଡ଼ିକ ରେଳ ରୋକ୍ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

ଉତ୍ତରପ୍ରଦେଶ, ହରିଆଣା, ତେଲେଙ୍ଗାନା, ଗୁଜୁରାଟ, ଗୋଆ, ଓଡିଶା ଏବଂ ତାମିଲନାଡୁର କୃଷକମାନଙ୍କ ବ୍ୟତୀତ କଂଗ୍ରେସ ଏବଂ ବିରୋଧୀ ଦଳ ମଧ୍ୟ ପ୍ରଦର୍ଶନ କରୁଛନ୍ତି।

କୃଷି ବିଲ୍ ଲୋକସଭା ଏବଂ ପରେ ରାଜ୍ୟସଭାରେ ପାରିତ ହେବା ପରେ ୨୪ ସେପ୍ଟେମ୍ବରରୁ କୃଷକ ମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପଞ୍ଜାବ ଏବଂ ହରିଆଣା ସମେତ ଅନ୍ୟ ରାଜ୍ୟର କୃଷକମାନେ ବିଶ୍ୱାସ କରନ୍ତି ଯେ ଏହି ଆଇନ କମ୍ପାନୀମାନଙ୍କ ସପକ୍ଷରେ ଆସିଛି। ଏହି ନିୟମ ଜରିଆରେ ଏମଏସପି ଉଚ୍ଛେଦ ହୋଇଛି। ହେଲେ ସରକାର ସ୍ପଷ୍ଟ କରି ସାରିଛନ୍ତି ଏମଏସପି ଉଚ୍ଛେଦ ହୋଇନି। ବିରୋଧୀ ଭ୍ରମିତ କରୁଛନ୍ତି ବୋଲି ସରକାର କହିଛନ୍ତି।

ଚାଷୀଙ୍କ ଆନ୍ଦୋଳନ ଭିତରେ ସୋମବାର ଧାନର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ସରକାର କିଣିବା ପ୍ରକ୍ରିୟା ଉପରେ ଆକଳନ କରିଛନ୍ତି। ଏହି ଆକଳନ ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ଏମଏସପିରେ ୧୦.୫୩ କୋଟି ଟଙ୍କା ମୂଲ୍ୟର ଧାନ କିଣା ହୋଇଛି। ଏଭଳି ସୂଚନା ଦେଇ ଚାଷୀଙ୍କୁ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ଯେ ଏମଏସପି ଉଚ୍ଛେଦ ହୋଇନି।

The post ଅକ୍ଚୋବର ଏକରେ ଦେଶବ୍ୟାପୀ ରେଳ ରୋକ୍ କରିବେ ଚାଷୀ appeared first on Odisha Reporter.



from Odisha Reporter https://ift.tt/3ibZKKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages