ଆସାମରେ ତୃତୀୟ ଥର ପାଇଁ ବନ୍ୟା, ୧୩ ଜିଲ୍ଲାର ୩.୧୮ ଲକ୍ଷ ପ୍ରଭାବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଆସାମରେ ତୃତୀୟ ଥର ପାଇଁ ବନ୍ୟା, ୧୩ ଜିଲ୍ଲାର ୩.୧୮ ଲକ୍ଷ ପ୍ରଭାବିତ

ଦିସପୁର: ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ବେଳେ ଆସାମ କରୋନା ସହିତ ବନ୍ୟାକୁ ସାମ୍ନା କରୁଛି। ଚଳିତ ବର୍ଷ ତୃତୀୟ ଥର  ପାଇଁ ଆସାମ ବନ୍ୟାକୁ ସାମ୍ନା କରୁଛି। ଆସାମର ୧୩ ଟି ଜିଲ୍ଲାରେ ୩.୧୮ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଆସାମରେ ବନ୍ୟା ପରିସ୍ଥିତି ଆହୁରି ବିଗିଡି ଯାଇଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀମାନେ କହିଛନ୍ତି ଯେ କୋଭିଡ -୧୯ ସଙ୍କଟ ମଧ୍ୟରେ ଆସାମରେ ବନ୍ୟା ତୃତୀୟ ଥର ପାଇଁ ଆସିଛି। ଏହି କାରଣରୁ ୧୩ ଟି ଜିଲ୍ଲାର ୩୯୦ ଟି ଗାଁରେ ୧୩,୫୦୦ ହେକ୍ଟରରେ ଫସଲ ଜଳମଗ୍ନ ହୋଇଛି। ସେ କହିଛନ୍ତି ଯେ ନାଗାଓଁ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଧମାଜୀ ଜିଲ୍ଲାରେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ଚଳିତ ବର୍ଷ ରାଜ୍ୟରେ ବନ୍ୟା ଯୋଗୁଁ ୧୧୯ ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ୧୩ ଟି ଆଶ୍ରୟ ଗୃହ ନିର୍ମାଣ କରାଯାଇଛି। ରାଜ୍ୟର ପ୍ରମୁଥ ନଦୀ ବ୍ରହ୍ମପୁତ୍ରରେ ପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ତେବେ ସରକାରଙ୍କ ରିପୋର୍ଟ ଅନୁଯାୟୀ ନାଗାଓଁ ହେଉଛି ସର୍ବାଧିକ ପ୍ରଭାବିତ ଜିଲ୍ଲା ଯେଉଁଠାରେ ବନ୍ୟା ଦ୍ୱାରା ୧.୯୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

The post ଆସାମରେ ତୃତୀୟ ଥର ପାଇଁ ବନ୍ୟା, ୧୩ ଜିଲ୍ଲାର ୩.୧୮ ଲକ୍ଷ ପ୍ରଭାବିତ appeared first on Odisha Reporter.



from Odisha Reporter https://ift.tt/3cMJazO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages