ଏଣିକି ଘରେ ବସି ପାଇପାରିବେ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଏଣିକି ଘରେ ବସି ପାଇପାରିବେ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ

ନୂଆଦିଲ୍ଲୀ:  ଏବେ ଘରେ ବସି ଶ୍ରଦ୍ଧାଳୁ ପାଇପାରିବେ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ । ମାତା ବୈଷ୍ଣୋଦେବୀ ବୋର୍ଡ ପକ୍ଷରୁ ଆରମ୍ଭ କରାଯାଇଛି ହୋମ୍ ଡେଲିଭରି ବ୍ୟବସ୍ଥା । ବୋର୍ଡର ୱେବସାଇଟ୍‌ରୁ ଶ୍ରଦ୍ଧାଳୁମାନେ ପ୍ରସାଦର ହୋମ ଡେଲିଭରି ବୁକ୍ କରିପାରିବେ ।

ଏଣିକି ଦେଶର ଯେକୌଣସି ସ୍ଥାନରେ ଶ୍ରଦ୍ଧାଳୁ ଏହି ବ୍ୟବସ୍ଥାରେ ମା’ ବୈଷ୍ଣୋଦେବୀଙ୍କ ପ୍ରସାଦ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ସିଇଓ ରମେଶ କୁମାର । ମାତା ବୈଷ୍ଣାଦେବୀଙ୍କ ମନ୍ଦିରରେ ପୂଜା ପରେ ପ୍ରସାଦକୁ  ଏକ ସ୍ୱତନ୍ତ୍ର ବକ୍ସରେ ପ୍ୟାକ୍ କରାଯାଉଛି । ଏଥିରେ ମା’ଙ୍କର ଚୁନୀ, ସିଲଭର କଏନ୍, ଶୁଖିଲା ପ୍ରସାଦ ରହୁଛି।

କରୋନା ମହାମାରୀ ସମୟରେ ଭକ୍ତମାନେ ମନ୍ଦିରକୁ ଆସିପାରୁନଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଖରେ ମା’ଙ୍କ ଆଶୀର୍ବାଦ tସ୍ୱରୂପ ଏହି ସବୁ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ତେବେ କୋଭିଡ କଟକଣା ମାନି ସଂପୂର୍ଣ୍ଣ ରୂପେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ବି ରଖାଯାଉଛି । ତେବେ ମନ୍ଦିର ପ୍ରଶାସନର ଏଭଳି ଉଦ୍ୟମକୁ ଶ୍ରଦ୍ଧାଳୁମାନେ ବେଶ୍ ପ୍ରଶଂସା କରିଛନ୍ତି ।

The post ଏଣିକି ଘରେ ବସି ପାଇପାରିବେ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ appeared first on Odisha Reporter.



from Odisha Reporter https://ift.tt/2GkbDR6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages