ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ନେପୋଟିଜମ୍, ଡ୍ରଗ୍ସ କାରବାର ପ୍ରସଙ୍ଗ ଉଠାଇଥିବା କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିବା ପରେ ଅଧିକ ବିବାଦୀୟ ହୋଇପଡ଼ିଥିଲେ। ବିଶେଷ କରି ମହାରାଷ୍ଟ୍ରର ଶାସକ ଦଳ ଶିବସେନା ତାଙ୍କୁ ଟାର୍ଗେଟ୍ କରିଥିଲା। ଏହା ସତ୍ତ୍ୱେ ସେ ତାଙ୍କ ଖୋଲାମତ ଦେବା ଜାରି ରଖିଛନ୍ତି।
ଏହି ପୂରା ଘଟଣାବଳୀକୁ ନେଇ ଏକ ଟେଲିଭିଜନ୍ ଚ୍ୟାନେଲ୍ରେ ଆଲୋଚନା ବେଳେ ସେ ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ସଂପର୍କ ବିଷୟରେ କହିଥିଲେ। ସେ କହିଥିଲେ, ଯେତେବେଳେ ସେ (ସୁଶାନ୍ତ) ସାରା ଅଲ୍ଲୀ ଖାନଙ୍କୁ ବି ଡେଟ୍ କରୁଥିଲେ ସେତେବେଳେ ସେମାନେ (ମୁଭି ମାଫିଆ) ଚାହୁଁଥିଲେ ସେମାନଙ୍କର ବ୍ରେକ୍ଅପ୍ ହୋଇଯାଉ।
ଏ ବିଷୟରେ କହିବା ବେଳେ ସେ କରୀନାଙ୍କ ନାଁ ବି ନେଇଥିଲେ। କଙ୍ଗନା କହିଥିଲେ, କରୀନା ତାଙ୍କୁ (ସାରାଙ୍କୁ) କହିଥିଲେ ଯେ ସେ ତାଙ୍କ ପ୍ରଥମ ହିରୋ (ସୁଶାନ୍ତ)ଙ୍କୁ ଡେଟ୍ ନକରନ୍ତୁ।
ଏହି ଆଲୋଚନା ବେଳେ କଙ୍ଗନା କହିଥିଲେ, ଯେଉଁ ସବୁ ମୁଭି ମାଫିଆ ଅଛନ୍ତି, ଯେଉଁମାନେ ସୁଶାନ୍ତଙ୍କୁ ହଇରାଣ କରିଛନ୍ତି, ତାଙ୍କୁ ବ୍ୟାନ୍ କରିଛନ୍ତି, ମୁଁ ସେହି ଲୋକମାନଙ୍କ ବିଷୟରେ ଖୋଲାଖୋଲି କହିଛି। ଯେଉଁ ପ୍ରଡକ୍ସନ ହାଉସ୍ ସୁଶାନ୍ତଙ୍କୁ ଟାର୍ଗେଟ୍ କରିଥିଲା, ଯେଉଁ ମିଡିଆ ହାଉସ୍ ସୁଶାନ୍ତଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲା, ସେମାନଙ୍କୁ କୋଣଠେସା କରି ଦେଇଛି। ସେ କହିଥିଲେ ଯେ ଏହି ସୁଇସାଇଡ୍ ଗ୍ୟାଙ୍ଗ୍ ତାଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲା।
ଏଥିରେ କଙ୍ଗନା ଆହୁରି କହିଥିଲେ, ଆମେ ସମସ୍ତେ ଦେଖିଛନ୍ତି, ସୁଶାନ୍ତଙ୍କ ବାପା ପୁଲିସ୍ର ତଦନ୍ତ ପ୍ରକ୍ରିୟାରେ କେମିତି ତ୍ରୁଟି ଥିବା ଦେଖାଇଥିଲେ। ମୁଁ ଡ୍ରଗ୍ସ ରାକେଟ୍ ବିଷୟରେ କହିଥିଲି ଓ ଡରି ଯାଇଥିଲି। ସେଥିପାଇଁ ସୁରକ୍ଷା ମାଗିଥିଲି। ମୁଁ ମରାଠୀମାନଙ୍କ ବିଷୟରେ କିଛି କହିନାହିଁ। ରାଜନୀତିକ ଦଳଗୁଡ଼ିକ ଇଣ୍ଡଷ୍ଟ୍ରୀର କିଛି ଲୋକଙ୍କ ସହିତ ହାତ ମିଳାଇଛନ୍ତି। ସୁରକ୍ଷା ମିଳି ନଥିଲେ ସେମାନେ ମୋତେ ମଧ୍ୟ ମାରି ଦେଇଥା’ନ୍ତେ।
The post ସୁଶାନ୍ତ-ସାରାଙ୍କ ସଂପର୍କ ବିଷୟରେ କହିଲେ କଙ୍ଗନା, କରୀନାଙ୍କୁ କଲେ ଟାର୍ଗେଟ୍ appeared first on Odisha Reporter.
from Odisha Reporter https://ift.tt/3hHXxWO
No comments:
Post a Comment