ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକସଭା ସଦନରେ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସାଂସଦ ଶ୍ରୀ ପୂଜାରୀ ଏଥିରେ ଲେଖିଛନ୍ତି ଯେ ବୟନିକା ନିର୍ଦ୍ଦେଶକ ସଞ୍ଜୟ ମେହେରଙ୍କ ଦ୍ୱାରା ତିଆରି ସମ୍ବଲପୁରୀ ମାସ୍କଗୁଡ଼ିକୁ ସେ ଲୋକସଭା ସାଂସଦଙ୍କୁ ଉପହାର ଆକାରରେ ଦେଇଛନ୍ତି।
ଭାରତ ବର୍ଷର ଲୋକସଭା ସଦନରେ ସାଂସଦ ମନଙ୍କୁ ବରଗଡ଼ ର ବୟନିକା ଡ଼ାଇରେକ୍ଟର ଶ୍ରୀ ସଞ୍ଜୟ ମେହେରଙ୍କ ନିର୍ମିତ ସମ୍ବଲପୁରୀ ମାସ୍କ ଉପହାର କରିଥିଲି…
ଆମ ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଂଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ ……#Vocal4Sambalpuri. pic.twitter.com/DCByCyMUuL— Suresh Pujari (@sureshkpujari) September 14, 2020
ସେ ଆହୁରି ଲେଖିଛନ୍ତି, ଆମ ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଞ୍ଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ।
Thank you @sureshkpujari Ji for the Sambalpuri Design Mask! pic.twitter.com/QNnzsIkLop
— Supriya Sule (@supriya_sule) September 14, 2020
ସାଂସଦମାନେ ସମ୍ବଲପୁରୀ ମାସ୍କକୁ ବେଶ୍ ପସନ୍ଦ କରିଛନ୍ତି। ସାଂସଦ ସୁପ୍ରିୟା ସୁଲେ ସମ୍ବଲପୁରୀ ମାସ୍କ ପିନ୍ଧା ଫଟୋ ଟ୍ୱିଟ୍ କରିବା ସହିତ ଏଥିପାଇଁ ସାଂସଦ ଶ୍ରୀ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ଲୋକସଭା ସାଂସଦଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଲେ ସୁରେଶ ପୂଜାରୀ appeared first on Odisha Reporter.
from Odisha Reporter https://ift.tt/3ixK1X8
No comments:
Post a Comment