ଅନୁଭବଙ୍କ ନାଁରେ ବର୍ଷାଙ୍କ ସଙ୍ଗିନ ଅଭିଯୋଗ, ଆଜି ହୋଇପାରେ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

ଅନୁଭବଙ୍କ ନାଁରେ ବର୍ଷାଙ୍କ ସଙ୍ଗିନ ଅଭିଯୋଗ, ଆଜି ହୋଇପାରେ ଶୁଣାଣି

କଟକ(ଓଡ଼ିଶା ରିପୋର୍ଟର): ଓଲିଉଡର ଚର୍ଚ୍ଚିତ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଉଭୟ ପରସ୍ପର ଉପରେ ସାଂଘାତିକ ଆରୋପ ପ୍ରତ୍ୟାରୋପ ଲଗାଇବାକୁ ପଛାଉନାହାନ୍ତି।

ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ମାମଲାର ଆଜି ଶୁଣାଣି କରିପାରନ୍ତି କଟକ ଏସ୍‌ଡିଜେଏମ୍‌ କୋର୍ଟ । ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା ।

ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ଅଭିଯୋଗଗୁଡ଼ିକ ହେଉଛି ଅନୁଭବ ଜଣେ ପେସାଦାର ମଦ୍ୟପ ।  ମଦ ପିଇବା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ମଦ୍ୟପ ସାଥୀଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି। ବିରୋଧ କଲେହାତରେ ଓ ବାଡ଼ିରେ ପିଟନ୍ତି । ତାସହ ଗୋଇଠା ମାରନ୍ତି ବୋଲି ବର୍ଷା ଉଲ୍ଲେଖ କରିଛନ୍ତି । ସେହିପରି ସନ୍ତାନସନ୍ତତି ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ଏହାକୁ ଏଡ଼ାଇ ଯାଉଥିଲେ ।

ଜୁନ୍ ୭ରେ  ଅତ୍ୟାଚାରର ସବୁ ସୀମା ଟପି ଯାଇ ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ୨ ଘଣ୍ଟା ଗାଳିଗୁଲଜ କରିଥିଲେ। ଏହାପରେ ଜୁନ୍ ୧୧ରେ ତାଙ୍କୁ ଛାଡ଼ପତ୍ର ପାଇଁ ବାଧ୍ୟ କରିବା, ନହେଲେ ପରିଣାମ ଭୋଗିବାକୁ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ବର୍ଷା। ବର୍ଷା ବିବାହ ପରେ ଏକାଧିକ ଫିଲ୍ମରେ ଅଭିନୟ କରିବା ପରେ ବି ତାଙ୍କୁ ପାରିଶ୍ରମିକ ଦେଇନାହାନ୍ତି ଅନୁଭବ । ଏପରିକି ଏକାଧିକ ଝିଅଙ୍କ ସହ ତାଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ବର୍ଷା ।

ଗତକାଲି ଅନୁଭବ ଏକ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖି ଉଭୟଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିବାରୁ ଛାଡ଼ପତ୍ର ପିଟିସିନ୍‌ ଦାଏର ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ନିଜ ପକ୍ଷ ରଖିଛନ୍ତି। ଅପରପକ୍ଷେ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପାରିବାରିକ ହିଂସା ମାମଲା ଆଣିଥିବା ବର୍ଷା ପ୍ରିୟଦର୍ଶନୀ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି।

ବର୍ଷା   ଉଲ୍ଲେଖ କରିଛନ୍ତି, ସତ କେବେ ଲୁଚି ରହେନା । ଭୁଲ ଏବଂ ମିଥ୍ୟା ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିଯିବା କଥା । ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।  ତେବେ କେହି ଆଇନର ଉର୍ଦ୍ଧ୍ୱରେ ନୁହଁ । ମୁଁ ଯେଉଁ କଠିନ ସମୟ ଦେଇ ଗତିକରୁଛି, ଏଠି ସମସ୍ତଙ୍କର ଆଶିର୍ବାଦ ଚାହୁଁଛି । ତା’ସହ ନିରବତା ଭଙ୍ଗ କରିବା ପାଇଁ ଚେଷ୍ଟା କରୁଛି । ସମସ୍ତଙ୍କ ପ୍ରତି ମୋର ସମ୍ମାନ ଓ ଭଲପାଇବା ରହିଛି ବୋଲି ସେ ଉଲ୍ଲେଖ କରିବା ସହ ଜଗନ୍ନାଥଙ୍କ ଫଟୋ ପୋଷ୍ଟ କରିଛନ୍ତି ।

The post ଅନୁଭବଙ୍କ ନାଁରେ ବର୍ଷାଙ୍କ ସଙ୍ଗିନ ଅଭିଯୋଗ, ଆଜି ହୋଇପାରେ ଶୁଣାଣି appeared first on Odisha Reporter.



from Odisha Reporter https://ift.tt/35j78Rc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages