କଙ୍ଗନାଙ୍କ ଅଫିସ ଭଙ୍ଗା ଘଟଣାକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଅସନ୍ତୁଷ୍ଟ, ଖୁବଶୀଘ୍ର ଦେଇପାରନ୍ତି କେନ୍ଦ୍ରକୁ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

କଙ୍ଗନାଙ୍କ ଅଫିସ ଭଙ୍ଗା ଘଟଣାକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଅସନ୍ତୁଷ୍ଟ, ଖୁବଶୀଘ୍ର ଦେଇପାରନ୍ତି କେନ୍ଦ୍ରକୁ ରିପୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଫିସ୍ ଭଙ୍ଗାଯିବା ଘଟଣାକୁ ନେଇ ରାଜନୀତିକ ହଟଚମଟ ଜାରି ରହିଛି। ମୁମ୍ବାଇ ମହାନଗର ନିଗମର ଏଭଳି କାର୍ଯ୍ୟକୁ ମହାରାଷ୍ଟ୍ର ସରକାରର ମେଣ୍ଟ ସହଯୋଗୀ ଏନସିପିର ସୁପ୍ରିମୋ ଶରଦ ପାଓ୍ୱାର ନାପସନ୍ଦ କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମଧ୍ୟ ବିଏମସିର ପଦକ୍ଷେପକୁ ବିରୋଧ କରିଛନ୍ତି। ଏ ନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ଉପଦେଷ୍ଟାଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଏପରିକି ବିଏମସିର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ ରାଜ୍ୟପାଳ କେନ୍ଦ୍ରକୁ ଏକ ରିପୋର୍ଟ ଦେବେ ବୋଲି କୁହାଯାଉଛି।

ଏହା ପୂର୍ବରୁ ଏନସିପି ସୁପ୍ରିମୋ ଶରଦ ପାୱାର ଏହି ଘଟଣାକୁ ନାପସନ୍ଦ କରିବା ସହ ବିଏମସିର ଏପରି କାର୍ଯ୍ୟାନୁଷ୍ଠାନ କଙ୍ଗନାଙ୍କୁ ଅଯଥା ପବ୍ଲିସିଟି ଦେଉଛି ବୋଲି କହିଥି୍ଲେ। ପରେ ପାଓ୍ୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏନେଇ ବୈଠକ ମଧ୍ୟ କରିଥିଲେ। ଏହା ପୂର୍ବରୁ ପାଓ୍ୱାର କହିଥିଲେ ଯେ ବିଏମସି ଶିବସେନା ମନ୍ତ୍ରୀଙ୍କ ଅଧୀନରେ ପରିଚାଳିତ।

ସେପଟେ ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ କଙ୍ଗନା କ୍ରମାଗତ ଶିବସେନା ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ କଙ୍ଗନା ଆଜି ଉଦ୍ଧବଙ୍କ ସହ କଂଗ୍ରେସକୁ ଟାର୍ଗେଟ କରି ଶିବସେନାକୁ ସୋନିଆ ସେନା ବୋଲି କହିଛନ୍ତି। କଙ୍ଗନା ଟ୍ୱିଟ୍ କରି କହିଛନ୍ତି, ଯେଉଁ ବିଚାରାଧାରାକୁ ନେଇ ବାଲା ସାହେବ ଠାକରେ ଶିବସେନା ଗଢ଼ିଥିଲେ ସେହି ଶିବସେନା କ୍ଷମତା ପାଇଁ ସେହି ବିଚାରଧକୁ ବିକ୍ରି କଂଗ୍ରେସ ପାଖରେ ବିକି ଦେଇଛି।

ଗତକାଲି ପୂର୍ବାହ୍ନରେ ବି‌ଏମ୍‌ସି ପକ୍ଷରୁ ବେଆଇନ ନିର୍ମାଣ ଅଭିଯୋଗରେ ପୋଷପାଲି ହିଲରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ ଅଫିସରେ ଭଙ୍ଗାରୁଜା କରାଯାଇଥିଲା। ତେବେ ଏନେଇ କଙ୍ଗନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ଏହି ଭଙ୍ଗାରୁଜା ଉପରେ ରହିତାଦେଶ ଜାରି କରିଥିଲେ। ଆଜି ଅପରାହ୍ନ ତିନିଟାରେ ଏନେଇ ଶୁଣାଣି ହେବାର ଅଛି।

The post କଙ୍ଗନାଙ୍କ ଅଫିସ ଭଙ୍ଗା ଘଟଣାକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଅସନ୍ତୁଷ୍ଟ, ଖୁବଶୀଘ୍ର ଦେଇପାରନ୍ତି କେନ୍ଦ୍ରକୁ ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/3hijzPR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages