ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଘରୁ ୫ ଶହ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ନାବାଳକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଛାତି ଥରା ଜଘନ୍ୟ କାଣ୍ଡ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗାଁରେ ଘଟିଯାଇଛି।
ଚୋରି ଘଟଣା ଜଣାପଡ଼ିବା ପରେ ନାବାଳକଙ୍କୁ ପଡ଼ୋଶୀ ମହିଳା ଓ ଅନ୍ୟମାନେ ପିଟିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ପିଟିଥିବା ମାନିଥିଲେ ବି ମୃତ୍ୟୁ କେମିତି ହେଲା ଜାଣିନଥିବା କହିଛନ୍ତି।
ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳକକୁ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି। ଅଧିକ ଛାନଭିନ ପାଇଁ କରଞ୍ଜିଆ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଡାକିଥିବା ଜଣାଯାଇଛି।
The post ୫ ଶହ ଟଙ୍କା ପାଇଁ ପିଟି ପିଟି ମାରିଦେଲେ ! appeared first on Odisha Reporter.
from Odisha Reporter https://ift.tt/3iWrvI9
No comments:
Post a Comment