ଚଣ୍ଡିଗଡ: କେନ୍ଦ୍ରର କୃଷି ବିଲକୁ ବିରୋଧ କରି ପଞ୍ଜାବରେ ତେଜିଛି ସ୍ୱର। ଗାଁରେ ବିଜେପି ନେତାଙ୍କୁ ପୁରାଇବାକୁ ଦିଆଯିବନି ବୋଲି ଚାଷୀ ସଂଘ କହିଛି।ବିଜେପିର ବାର୍ନାଲା ଜିଲ୍ଲା ୟୁନିଟ୍ ଚାଷୀ ବିଲର ଲାଭ ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ବାହାରେ ଥିବା ଭାରତୀୟ କିଷାନ ୟୁନିଟ୍(ବିକେୟୁ) ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଗେଷ୍ଟ ହାଉସ ବାହାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।
ବାର୍ନାଲା ୟୁନିଟର ସଭାପତି ଜଗସିର ସିଂ ଚିନିୱାଲ କହିଛନ୍ତି ଯେ ଆମେ ବିଜେପି ନେତାଙ୍କୁ ଗାଁ ଭିତରକୁ ଯିବାକୁ ଦେବୁ ନାହିଁ। ସେମାନେ ଯେଉଁଠିକୁ ଯିବେ ଆମେ ବିରୋଧ କରିବୁ। ସେମାନେ ଆମ ସହିତ ବସିବା ଉଚିତ୍, କିନ୍ତୁ ବିପରୀତରେ ଯାଉଛନ୍ତି। ସାର ରାଜ୍ୟରେ ଆଗାମୀ ଦିନରେ ବିଜେପିକୁ ବୟକଟ କରିବୁ ବୋଲି ସେ କହିଛନ୍ତି।
ଚାଷୀ ନେତା ମାନେ ଲାଉଡ ସ୍ପିକର ଲଗାଇ ବିଜେପି ବିରୋଧରେ ନାରା ଦେବା ସହିତ ରାଜ୍ୟରୁ ବୟକଟ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ ନେତା। ସେହିଭଳି ପଞ୍ଜାବର ଶିରୋମଣି ଅକାଳି ଦଳ ମଧ୍ୟ ଚାଷୀଙ୍କ ସପକ୍ଷରେ ବାହାରି ବିଭିନ୍ନ ସ୍ଥାନରେ ବୈଠକ କରୁଥିବା ଦେଖିବାକୁ ମିଳିଛି।
The post ବିଜେପି ନେତାଙ୍କୁ ଗାଁ ଭିତରକୁ ଯିବାକୁ ଦେବୁନି: ଚାଷୀ ସଂଘ appeared first on Odisha Reporter.
from Odisha Reporter https://ift.tt/3kGlZJZ
No comments:
Post a Comment