ୱିନିଂ ଟ୍ରାକକୁ କମ୍ ବ୍ୟାକ୍ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

ୱିନିଂ ଟ୍ରାକକୁ କମ୍ ବ୍ୟାକ୍ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଲୋ ସ୍କୋରିଂ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ନିକଟରୁ ହାରିଥିବା ମୁମ୍ବାଇ ଇଣ୍ଡିଆନସ ଚଳିତ ସିଜିନର ନିଜ ଦ୍ୱିତୀୟ ମୁକାବିଲାରେ ଆଜି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। ଆଜିର ଏହି ମ୍ୟାଚ୍ ଜିତି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଆଇପିଏଲରେ ବିଜୟ ଧାରାକୁ ଫେରିବାକୁ ନିହାତି ଚାହିଁବ। ତେବେ ଏଥିପାଇଁ ଦଳର କିଛି ଷ୍ଟାର୍ ଖେଳାଳିଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ପ୍ରଦର୍ଶନ ଦେବାକୁ ଅବଶ୍ୟ ପଡ଼ିବ।

ଉଦଘାଟନୀ ମ୍ୟାଚରେ ନିଜେ ଅଧିନାୟକ ରୋହିତ ଶର୍ମା ଭଲ ଷ୍ଟାର୍ଟ କରିଥିଲେ ମଧ୍ୟ ୱିକେଟରେ ଅଧିକ ସମୟ ରହି ପାରି ନଥିଲେ। ସେହିଭଳି ମଧ୍ୟକ୍ରମରେ କେବଳ ସୌରଭ ତିୱାରୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ବିଫଳ ହୋଇଥିଲେ। ଆଉ ଆଜି କୋଲକାତାର ଦୃଢ଼ ବୋଲିଂ ଆକ୍ରମଣ ବିପକ୍ଷରେ ସ୍କୋରିଂ କରିବାକୁ ହେଲେ ସୂର୍ଯ୍ୟକୁମାର ଯାଦବ, ବିଶେଷ କରି ପାଣ୍ଡ୍ୟା ବ୍ରଦର୍ସ ଓ କାଇରନ୍ ପୋଲାର୍ଡଙ୍କ ବ୍ୟାଟ୍ ଚମକିବା ଜରୁରୀ। ତେବେ ସିଏସକେ ବିପକ୍ଷ ମ୍ୟାଚରେ ସବୁଠୁ ଅଧିକ ନିରାଶ କରିଥିଲେ ଡେଥ୍ ଓଭର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍ରା। ବିଶ୍ୱର ଏହି ଅନ୍ୟତମ ଶ୍ରେଷ୍ଠ ବୋଲର ଯେତେ ଶୀଘ୍ର ନିଜ ଲୟ ଫେରିପାଇବେ, ଦଳ ପାଇଁ ସେତେ ଶୁଭଙ୍କର ହେବ।

ସେପଟେ ଦୀନେଶ କାର୍ତ୍ତିକଙ୍କ କୋଲକାତା ନାଇଟ ରାଇଡର୍ସରେ ଇଂଲିଶ ଅଧିନାୟକ ଇଅନ ମୋର୍ଗାନ୍, ଯୁବ ତାରକା ଶୁଭମାନ ଗିଲଙ୍କ ସହ ଦୁଇ ଇଣ୍ଡିଜ ତାରକା ସୁନୀଲ ନାରିନ୍ ଓ ଆଣ୍ଡ୍ରେ ରସେଲଙ୍କ ଉପସ୍ଥିତି ଦଳର ବ୍ୟାଟିଂ ଲାଇନ ଅପକୁ ଦୃଢ଼ତା ଦେବ। ଏହା ସହ ଅଷ୍ଟ୍ରେଲୀୟ ସ୍ପିଡ ଷ୍ଟାର୍ ପ୍ୟାଟ୍ କମିନସ ଏବଂ ଭାରତୀୟ ଦ୍ରୁତ ବୋଲିଂର ଭବିଷ୍ୟତ କୁହାଯାଉଥିବା ଶିଭମ୍ ମାହୀ ଓ କମଲେଶ ନାଗରକଟ୍ଟିଙ୍କ ସହ ଚାଇନାମ୍ୟାନ୍ କୁଲଦୀପ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ।

The post ୱିନିଂ ଟ୍ରାକକୁ କମ୍ ବ୍ୟାକ୍ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ appeared first on Odisha Reporter.



from Odisha Reporter https://ift.tt/2FShVaW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages