କଙ୍ଗନାଙ୍କ ସମର୍ଥନରେ ବାହାରିଲେ ହିମାଚଳ ପ୍ରଦେଶ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

କଙ୍ଗନାଙ୍କ ସମର୍ଥନରେ ବାହାରିଲେ ହିମାଚଳ ପ୍ରଦେଶ ସରକାର

ମୁମ୍ୱାଇ: ମହାରାଷ୍ଟ୍ର ସରକାର ଏବଂ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଲାଇଛନ୍ତି। ତେଣେ କଙ୍ଗନାଙ୍କ ସମର୍ଥନରେ ବାହାରିଛନ୍ତି ହିମାଚଳ ପ୍ରଦେଶ ସରକାର।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଟ୍ୱିଟ୍ କରି କହିଛନ୍ତି, ହିମାଚଳ ପ୍ରଦେଶର ଝିଅର ଅପମାନଙ୍କୁ ସହ୍ୟ କରିହେବନି। ମହାରାଷ୍ଟ୍ର ସରକାର ଯାହା କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ। ରାଜନୀତିକ ପ୍ରତିଶୋଧ ରଖି ମହାରାଷ୍ଟ୍ର ସରକାର ଏଭଳି କରୁଛନ୍ତି। ସାରା ଦେଶ ସବୁ ଜାଣିପାରୁଛନ୍ତି। ହିମାଚଳ ପ୍ରଦେଶର ଝିଅ ସହିତ ସାରା ଦେଶ ରହିଛି ବୋଲି ଜୟରାମ କହିଛନ୍ତି।

 

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାର ଓ ପୁଲିସକୁ ସମାଲୋଚନା କରିଥିଲେ ବଲିଉଡ କୁଇନ୍ କଙ୍ଗନା ରଣାଓ୍ୱତ। କଙ୍ଗନାଙ୍କ ସରକାର ବିରୋଧୀ ମନ୍ତବ୍ୟ ଏବଂ ମହାରାଷ୍ଟ୍ରକୁ ପିଓକେ ସହିତ ତୁଳନା କରିବା ମନ୍ତବ୍ୟକୁ ଶିବସେନା ସହଜରେ ଗ୍ରହଣ କରିପାରିନି। ଗତକାଲି ଚଣ୍ଡିଗଡରୁ ମୁମ୍ୱାଇ କଙ୍ଗନା ଆସୁଥିବା ବେଳେ ତାଙ୍କ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’କୁ ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ) ଭାଙ୍ଗି ଦେଇଥିଲା। ତେବେ ଅଫିସ ବେଆଇନ୍ ଭାବରେ ହୋଇନି ବୋଲି କଙ୍ଗନା ଟ୍ୱିଟ୍ କରି କହିଥିଲେ।

ତେଣେ ବମ୍ୱେ ହାଇକୋର୍ଟ ମଧ୍ୟ ବିଏମସିର କାର୍ଯ୍ୟାନୁଷ୍ଠାନ ବିରୋଧରେ ରୋକ୍ ଲଗାଇଥିଲେ। ଏହାପରେ କଙ୍ଗନା ରହୁଥିବା ଘରକୁ ବେଆଇନ୍ ଦର୍ଶାଇ ଭାଙ୍ଗିବା ପାଇଁ ବିଏମସି ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

The post କଙ୍ଗନାଙ୍କ ସମର୍ଥନରେ ବାହାରିଲେ ହିମାଚଳ ପ୍ରଦେଶ ସରକାର appeared first on Odisha Reporter.



from Odisha Reporter https://ift.tt/3m1BVIi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages