ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଆଜି ଏକ ଵସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଵସ୍ଟି ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରୁ ଶ୍ରମିକ ମାନଙ୍କୁ ନେଇ ତାମିଲନାଡୁ ଯାଉଥିଲା। ତେବେ ଅପରାହ୍ଣ ପ୍ରାୟ ଗୋଟିଏ ବେଳେ ଗୁମ୍ମା ଘାଟିରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା।
ବସ୍ରେ ପ୍ରାୟ ୫୦ ଜଣ ଶ୍ରମିକ ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ରାୟଗଡ଼ା ପୁଲିସ୍ ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
The post ଘାଟିରେ ଓଲଟି ପଡ଼ିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ appeared first on Odisha Reporter.
from Odisha Reporter https://ift.tt/3k1WBhC
No comments:
Post a Comment