‘ପରିବାର ମୋହରୁ ଉପରକୁ ଉଠନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

‘ପରିବାର ମୋହରୁ ଉପରକୁ ଉଠନ୍ତୁ’

ଲକ୍ଷ୍ନୌ: ‘ପରିବାର ମୋହରୁ ଉପରକୁ ଉଠନ୍ତୁ। ପାରସ୍ପରିକ ବିଶ୍ୱାସକୁ ଅତୁଟ ରଖି ଦଳର ନେତୃତ୍ୱ ନିଅନ୍ତୁ। ଦଳରେ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନର୍ଜୀବିତ କରନ୍ତୁ।’ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଉତ୍ତର ପ୍ରଦେଶର ୯ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ଚିଠିରେ ଏମିତି କିଛି ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ ସନ୍ତୋଷ ସିଂହ ଓ ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠୀ।

ଏହି ନେତାମାନେ ଚିଠିରେ ଲେଖିଛନ୍ତି ଯେ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଉଭୟ କଂଗ୍ରେସ ଓ ଦେଶକୁ ଗଠନ କରିଥିଲେ। କିନ୍ତୁ ବେଶ୍ କିଛି ସମୟ ହୋଇଗଲାଣି ଦଳ ଯେଉଁଭଳି ଭାବେ ଚାଲିଛି, ସେଥିରେ ଦଳର ସାଧାରଣ କର୍ମୀ ଦ୍ୱନ୍ଦ୍ୱ ସହିତ ମାନସିକ ଚାପରେ ରହିଛନ୍ତି। ଏବେ ଦେଶର ଗଣତନ୍ତ୍ର ସଙ୍କଟରେ ପଡ଼ିଛି। ତେଣୁ କଂଗ୍ରେସ ବର୍ତ୍ତମାନ ଉଠିବା ଦରକାର ଓ ଶକ୍ତ ହେବା ଦରକାର।

ସେମାନେ ସୋନିଆ ଗାନ୍ଧୀଙ୍କୁ ଲେଖିଛନ୍ତି, ଦୟାକରି ପରିବାର ମୋହରୁ ଊର୍ଦ୍ଧ୍ୱକୁ ଉଠନ୍ତୁ ଏବଂ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନର୍ଜୀବିତ କରୁନ୍ତୁ। ଯୋଗାଯୋଗ ଓ ପରସ୍ପର ମଧ୍ୟରେ ବିଶ୍ୱାସ ରଖି ଦଳକୁ ଚଲାନ୍ତୁ।

ସୂଚନାଯୋଗ୍ୟ, ଦଳର ଛବି ଖରାପ କରିବା ଓ ସର୍ବସାଧାରଣରେ ଦଳୀୟ ନେତୃତ୍ୱଙ୍କ ବିରୋଧରେ କହିବା ଅଭିଯୋଗରେ ପୂର୍ବତନ ସାଂସଦ ସନ୍ତୋଷ ସିଂହ ଓ ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠୀଙ୍କ ସମେତ ୧୦ ଜଣ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।

ଏହା ପୂର୍ବରୁ ଗୁଲାମନବୀ ଆଜାଦ୍, ଶଶୀ ଥରୁର, ଆନନ୍ଦ ଶର୍ମା ଓ କପିଲ ଶିବଲଙ୍କ ଭଳି ୨୦ରୁ ଅଧିକ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ନେତୃତ୍ୱକୁ ନେଇ ଲାଗି ରହିଥିବା ଅନିଶ୍ଚିତା ସଂପର୍କରେ ଚିନ୍ତାପ୍ରକଟ କରିଥିଲେ। ତା’ସହିତ ଦଳରେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା କହିଥିଲେ। ଆଉ ଏହି ଚିଠିକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ସୋନିଆ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଅବଶ୍ୟ ପରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ବୋଲି ରାଜି ହୋଇଥିଲେ।

The post ‘ପରିବାର ମୋହରୁ ଉପରକୁ ଉଠନ୍ତୁ’ appeared first on Odisha Reporter.



from Odisha Reporter https://ift.tt/2ZcMcYt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages