ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ (@narendramodi_in) ଏବଂ ନରେନ୍ଦ୍ର ମୋଦି ମୋବାଇଲ ଆପ୍‌ର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବୁଧବାର ବିଳମ୍ବିତ ରାତିରେ ହ୍ୟାକ୍‌ ହୋଇଯାଇଥିବା ସୂଚନା ମିଳିଛି।  ହ୍ୟାକ୍‌ ପରେ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ ନ୍ୟାସନାଲ ରିଲିଫ୍ ଫଣ୍ଡକୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଫଲୋର୍ସଙ୍କୁ କୁହାଯାଇଥିଲା । ସିରିଜ୍ ଅଫ୍ ଟ୍ୱିଟ୍ ଜାରି କରି cryptocurrency  ମାଧ୍ୟମରେ ଅର୍ଥ ରାଶି ସହଯୋଗ କରିବାକୁ କୁହାଯାଇଥିଲା ।  ପରେ କିନ୍ତୁ ଏହା ହ୍ୟାକରଙ୍କ କାରନାମା ବୋଲି ଧରାପଡ଼ିଥିଲା ।

ଟ୍ୱିଟର ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବ୍ୟକ୍ତିଗତ ୱେବସାଇଟ ହ୍ୟାକ୍‌ ହୋଇଥିଲା । ଜନ୍ ଓ୍ୱିକ୍  (hckindia@tutanota.com) ପକ୍ଷରୁ ଏହାକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି ।  ଟ୍ୱିଟର ଏହି ଘଟଣାର ଯାଞ୍ଚ ଜାରି ରଖିଥିବା ସୂଚନା ଦେଇଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ (@narendramodi_in) ର ୨.୫ ମିଲିୟନ ଫଲୋର୍ସ ଅଛନ୍ତି। ଦୁନିଆର ବିଶିଷ୍ଟ ରାଜନେତାଙ୍କ ମଧ୍ୟରେ ସବୁଠୁ ଅଧିକ ଫଲୋ କରାଯାଉଥିବା ଆକାଉଣ୍ଟ ମଧ୍ୟରୁ ଏହା ଅନ୍ୟତମ।  @narendramodi_in ରେ ନମୋ ଆପ୍‌ର ଅପଡେଟସ୍‌ ମଧ୍ୟ ଦିଆଯାଇଥାଏ।

କିଛି ଦିନ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, Elon Musk, Joe Bidenଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍‌ ହୋଇଥିବା ଜଣାଯାଇଛି।

 

The post ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ appeared first on Odisha Reporter.



from Odisha Reporter https://ift.tt/35cOpHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages