ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଓରୋଡ଼ା ଗାଁ ନାଳ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯିବା ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣଙ୍କ ହେଲେ ବାପୁନ ସାହୁ। ତାଙ୍କ ଘର ହଣ୍ଡପା ଥାନାର ଆଦିକଟା ଗାଁରେ ବୋଲି ଜଣାପଡ଼ିଛି। ବାପୁନ ଯୁବତୀଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଗତକାଲି ପୁଲିସ୍ ବାପୁନଙ୍କୁ ଗିରଫ କରିଥିଲା।
ଅଭିଯୋଗ ଅନୁଯାୟୀ, ବାପୁନ ଓ ମୃତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗତ ୩୦ ତାରିଖରେ ଉଭୟ ବାଇକ୍ରେ ଓରୋଡ଼ା ଅଭିମୁଖେ ଯାଇଥିଲେ। ଓରୋଡ଼ା ନାଳ ଉପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ବାପୁନ ରାଗି ଯାଇ ଯୁବତୀଙ୍କ ଗଳାକୁ ଏକ ବ୍ଲେଡ଼ରେ କାଟିଦେଇ ନାଳ ତଳକୁ ଫିଙ୍ଗି ଦେଇଥିଲେ। ପରଦିନ ସକାଳେ ଯୁବତୀଙ୍କ ମୃତଦେହକୁ ଭାସମାନ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଜଣାଇଥିଲେ।
ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଯୁବତୀଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରି ଗତକାଲି ବାପୁନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
The post ଯୁବତୀଙ୍କୁ ହତ୍ୟା କରି ନାଳକୁ ଫିଙ୍ଗିଥିଲେ, ଅଭିଯୁକ୍ତ ଗିରଫ appeared first on Odisha Reporter.
from Odisha Reporter https://ift.tt/2GqrA8z
No comments:
Post a Comment